ଆଠଗଡ(ଏଟିଆର ବ୍ୟୁରୋ): ଆଜି ସକାଳେ ଆଠଗଡ ପରିଷଦ ଅଞ୍ଚଳର ପରିଷଦର ପୂର୍ବତନ ନଗରପାଳ ପ୍ରଥମ ଚନ୍ଦ୍ର ମିଶ୍ରଙ୍କ ପରୋଲେକ ହୋଇଥିଲା । ଏହି ଖବରଟି ଆଠଗଡ ଅଞ୍ଚଳରେ ପ୍ରଶାରିତ ହେବା ପରେ ସମସ୍ତ ଦେକାନ ବଜାର ବନ୍ଦ ହୋଇଯାଇଥିଲା । ଏହା ପରେ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମ ଚନ୍ଦ୍ର ମିଶ୍ରଙ୍କ ଘରେ ପହଞ୍ଚି ତାଙ୍କ ଶବକୁ କନ୍ଧ ଦେଇଥିଲେ ।
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶବକୁ କାନ୍ଧେଇ ତଳ ସାହି, ରଥଗଡା, ମହାମାୟା ସ୍କୁଲ, ଆଠଗଡ଼ କୋର୍ଟ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟାଳୟ, ଟ୍ୟାକ୍ସି ଷ୍ଟାଣ୍ଡ, ଚାନ୍ଦବାଲି ଛକ ବଜାର, ଲକ୍ଷ୍ମୀ ବଜାର, ଗୋପବନ୍ଧୁ ଛକ ବଜାର, ଦୁର୍ଗା ବଜାର, ଗଦା ସାହି ବୁଲାଇଥିଲେ । ଏଥିରେ ଆଠଗଡ ଉପଜିଲ୍ଲାପାଳ ଅମିୟ କୁମାର ସାହୁ, ପୂର୍ବତନ ନଗରପାଳ ପର୍ଶୁରାମ ସାହୁ, ଆଠଗଡ ବାର ଆସୋସିଏସନର କର୍ମକର୍ତ୍ତା, ଆଠଗଡ ଜିଲ୍ଲାର ସରପଞ୍ଚ ମାନେ ଓ ବହୁ ନେତା ମାନେ ଏଠାରେ ଉପସ୍ଥିତ ଥିଲେ । ପରେ ଆଠଗଡ ଶ୍ମଶାନ ଠାରେ ପ୍ରଥମ ଚନ୍ଦ୍ର ମିଶ୍ରଙ୍କ ଶବଦାହ କରାଯାଇଥିଲା ।