ବାରିପଦା(ଏଟିଆର ବ୍ୟୁରୋ): ଓଡିଶା ସିନେ ଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ପରଲୋକ ଘଟିଛି । ବାରିପଦାର ପିଆରଏମ ମେଡିକାଲରେ ବାଚୁ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତୁ ବେଳକୁ ବାଚୁଙ୍କୁ ୬୪ ବର୍ଷ ହୋଇଥିଲା । ଗତକାଲି ରାତିରେ ବାଚୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକ ତାଙ୍କୁ ମେଡିକାଲ ନେଇ ଥିଲେ, ସେଠାରେ ଡାକ୍ତର ବାଚୁଙ୍କୁ ମୃତ ଘୋଷଣା କରିଥିଲେ । ବାଚୁ ଓଡିଆ ସିନେମା ଗୋପରେ ବଢୁଛି କଳା କହ୍ନେଇ ସିନେମାରେ ପ୍ରଥମ ଥର ପାଇଁ ସଂଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଏହାପରେ ବାଚୁ କଥା ରହିଯିବ କାଳ କାଳକୁ, ସୁନା ଚଢେଇ ଓ ଶିମିଳି ଭଳି ଅନେକ ସିନେମାରେ ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ବାଚୁଙ୍କ ମୃତୁ ଖବର ପାଇ ଓଡିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଅନ୍ତିମ ଦର୍ଶନ ପାଇଁ ବାଚୁଙ୍କ ବାରିପଦା ସ୍ଥିତ ଘରେ ବହୁ କଳାକାରଙ୍କ ଭିଡ ଲାଗିଛି । ଅନ୍ୟପଟେ ବାଚୁ ମୁକାର୍ଜୀଙ୍କ ମୃତୁକୁ ନେଇ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ଧମେନ୍ଦ୍ର ଟ୍ୱିଟିରେ ଲେଖିଛନ୍ତି ଯେ, ବାଚୁ ମୁଖାର୍ଜୀଙ୍କ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ମୃତ୍ୟୁରେ ଓଡିଆ ସିନେ ଜଗତରେ ଅୂରଣୀୟ କ୍ଷତି ହୋଇଛି । ଏହା ସହ ଧମେନ୍ଦ୍ର ପ୍ରାଧାନ ବାଚୁଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।
ଓଡିଆ ସିନେ ଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ମୃତ୍ୟୁରେ ଓଡିଆ ସିନେ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।
— Dharmendra Pradhan (@dpradhanbjp) March 15, 2020