ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ଅଲମ୍ବିକ ଗତ ୧ତାରିଖରୁ ଆରମ୍ଭ ହୋଇଛି । ଗତ ଶୁକ୍ରବାର ଦିନ ଭାରତୀୟ ମହିଳା ହକି ଦଳ ପ୍ରଥମ କ୍ୱାଲିଫାୟରରେ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରିଥିଲା । ତେବେ ଗତ କାଲି ସନ୍ଧ୍ୟାରେ ଦ୍ୱୀତିୟ କ୍ୱାଲିଫାୟର ମ୍ୟାଚରେ ପୁଣି ମହିଳା ଆମେରିକା ହକି ଦଳକୁ ଭେଟିଥିଲା ଭାରତୀୟ ମହିଳା ଦଳ । ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ୧-୪ ଗୋଲରେ ଆମେରିକାଠାରୁ ପରାସ୍ତ ହୋଇଥିଲା । ତାଥାପି ଭାରତୀୟ ମହିଳା ଦଳ ସର୍ବାଧିକ ଗୋଲ ସାହାଯ୍ୟରେ ୨୦୨୦ରେ ଟୋକିଓରେ ହେବକୁ ଥିବା ଅଲମ୍ପିକରେ ଖେଳିବା ପାଇଁ ଯୋଗ୍ୟତା ହାସଲ କରିପାରଇଛି । ତେବେ ମ୍ୟାଚର ଶେଷ ସମୟରେ ଭାରତୀୟ ଦଳର ଅଧିନାୟକ ରାନୀ ରାମପାଳ ଗୋଟିଏ ଗୋଲ ଦେବାରେ ସଫଳ ହୋଇଥିଲେ । ଏହି ଗୋଲ ସାହାଯ୍ୟରେ ଭାରତୀୟ ଦଳ ଅଲମ୍ପିକ ପାଇଁ ଟିକେଟ ହାସଲ କରିପାରିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ତେବେ ଗତକାଲି ସନ୍ଧ୍ୟାରେ ଅନ୍ୟ ଏକ ମ୍ୟାଚ ମଧ୍ୟ ଦେଖିବା ପାଇଁ ବହୁ ରେମାଞ୍ଚକର ଥିଲା । ସେହି ମ୍ୟାଚଟି ଥିଲା ଭାରତୀୟ ପୁରୁଷ ଦଳ ବନାମ ଋଷ ଦଳ । ଏହି ମ୍ୟାଚଟି ଗତକାଲି ସନ୍ଧ୍ୟା ୮ଟାରେ ଆରମ୍ଭ ହୋଇଥିଲା । ପ୍ରଥମରୁ ହିଁ ଭାରତୀୟ ପୁରୁଷ ଦଳ ମ୍ୟାଚଟିକୁ ନିଜ କବଜାକୁ ନେଇଥିଲା । ଋଷ ଦଳ ଉପରେ ଭାରି ପଡିବା ସହ ଗୋଲ ଉପରେ ଗୋଲ ଦେଇ ଚାଲିଥିଲା ଭାରତୀୟ ଦଳ । ଶେଷରେ ୭-୧ଗୋଲରେ ଋଷକୁ ପରାସ୍ତ କରି ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିଲା ଭାରତୀୟ ଦଳ । ପୂର୍ବରୁ ଭାରତ ଓ ଋଷ ମଧ୍ୟରେ ଖେଳା ଯାଇଥିବା ପ୍ରଥମ କ୍ୱଲିଫାୟର ମ୍ୟାଚରେ ମଧ୍ୟ ଭାରତ ପୁରୁଷ ହକି ଦଳ ବିଜୟ ଲାଭ କରିଥିଲା ।