ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦୃଢ ଇଚ୍ଛା ଶକ୍ତି ଆଉ ଅଦମ୍ୟ ସାହାସ ଆଗରେ କେବେ ହାର ମାନେ ନାହିଁ ଶାରୀରିକ ଅକ୍ଷମତା । ଜଣଙ୍କ ଭିତରେ ଯଦି ପ୍ରତିଭା ରହିଛି ସେ କେମିତି ନାଁ କେମିତି ଫୁଟି ବାହାରିବ । ସେଥିପାଇଁ ଦରକାର କେବଳ ସୁଯୋଗ ଟିଏ । ସେହିଭଳି କିଛି ପ୍ରତିଭା ମାନଙ୍କୁ ନେଇ ସ୍ୱେଚ୍ଛାସେବୀ ସଂଗଠନ ସ୍ମାଇଲ ପ୍ଲିଜ ପକ୍ଷରୁ ଭୁବନେଶ୍ୱରସ୍ଥିତ ହୋଟେଲ କ୍ରାଉନ ଠାରେ ଅନୁଷ୍ଠିତ ହୋଇଯାଇଛି ସୁପର ୨୨ । ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସବୁଠାରୁ ବଡ କଥା ହେଉଛି ଏଇ କାର୍ଯ୍ୟକ୍ରମ ପଛରେ ଏକ ରୋଚକ କାହାଣୀ ରହିଛି । ଅଭିନେତା ସବ୍ୟସାଚୀଙ୍କ ଅଭିନୀତ ଏକ ସିନେମା “ ମାଲ ମହୁ ଜୀବନ ମାଟି” ର ସୁଟିଂ ରେ ନାୟିକାର ଭାଇ ଚରିତ୍ରରେ ଅଭିନୟ କରିବା ପାଇଁ ଜଣେ ଦିବ୍ୟାଙ୍ଗ ପିଲାର ଆବଶ୍ୟକତା ପଡିଥିଲା ।
ଏନେଇ ପ୍ରଯୋଜନା ସସ୍ଥା ପକ୍ଷରୁ ଏକ ଅଡିସନ କରାଯାଇଥିଲା । ଯେଉଁଥିରେ ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିମଧ୍ୟରୁ ୨୨ ଜଣ କଳାକାରଙ୍କ ପ୍ରତିଭା ଦେଖି ସବ୍ୟସାଚି ପୁରା କାହାଣୀ ବଦଳାଇବାକୁ ପ୍ରଡକ୍ସନ ହାଉସକୁ ନିବେଦନ କରିଥିଲେ । ଏହି ୨୨ ଜଣ କଳାକାରଙ୍କୁ ଏହି ସିନେମାରେ ଅଭିନୟ କରିବାର ସୁଯୋଗ ମିଳିଛି । ଏହି କଳାକାର ମାନଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ସ୍ମାଇଲ ପ୍ଲିଜ ପକ୍ଷରୁ ଏମିତି ଏକ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଓଲିଉଡର ବହୁ କଳାକାରଙ୍କ ସମେତ । ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର. ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତୀର୍କି, ଓଡିଶୀ ନୃତ୍ୟ ଶିଳ୍ପୀ ସୁଜାତା ମହାପାତ୍ର ଓ ସମାଜସେବୀ ଡ ଶ୍ରୁତି ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।