ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପୁଣି ଚୀନକୁ ଭିକ ମାଗିଲା ପାକିସ୍ତାନ । ପାକିସ୍ତାନର ବନ୍ଧୁ କୁହାଯାଉଥିବା ଚୀନକୁ ମଙ୍ଗଳବାର ଦିନ ନଅ ଶହ କୋଟି ଆମେରିକୀୟ ଡଲାରର ଋଣ ଦେବାକୁ ପାକିସ୍ତାନ ଅନୁରୋଧ କରିଛି । ପାକିସ୍ତାନ ଏବେ ସମସ୍ତ ପ୍ରକାରର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଚୀନ ପାଖରେ ଆର୍ଥିକ ଋଣ ପାଇଁ ଅନୁରୋଧ କରିଛି ।
ଇସଲାମାବାଦ ରେ ସମ୍ପନ୍ନ ହୋଇଥିବା ‘ସିପିଇସି’ର ‘ଜଏଣ୍ଟ୍ କୋଅପରେସନ୍ କମିଟି’ ବୈଠକ ଶେଷରେ ଉଭୟ ପକ୍ଷ ‘ଗ୍ଵାଦର୍ ସ୍ମାର୍ଟ ସିଟି ମାଷ୍ଟର୍ ପ୍ଲାନ୍’କୁ ଅନୁମୋଦନ କରିଥିଲେ । ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ସହଯୋଗ ଲାଗି ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ପାକିସ୍ତାନ ମୁଦ୍ରା ହିସାବରେ ଚୀନ୍ ଠାରୁ ୨୯୪ କୋଟି ଟଙ୍କା ଆଣି ନିର୍ମାଣ କରାଯାଇଥିବା ୩୯୨ କିଲୋମିଟର୍ ବିଶିଷ୍ଟ ମୁଲ୍ତାନ୍-ସୁକ୍କୁର ମଟରେୱକୁ ମଧ୍ୟ ଉଦଘାଟନ କରାଯାଇଥିଲା । ଆଫଗାନିସ୍ଥାନ ଓ ଇରାନ ପଟେ ଥିବା ପାକିସ୍ତାନ ସୀମାନ୍ତରେ ପ୍ରାଚୀର ବୁଲାଇବା ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବା ସହ ଏହା ୨୦୨୦ ସୁଦ୍ଧା ଶେଷ କରିବାକୁ ସ୍ଥିର କରାଯାଇଥିଲା ।