ଗୋରୁ , କୁକୁର, କୁକୁଡା ପରେ ଏବେ ସାମ୍ନାକୁ ଆସିଛି ଛେଳି ସହ ଦୁର୍ଷ୍କମ ଭଳି ଆଉ ଏକ ଳଜ୍ଜାକର ଘଟଣା । ନିଜର କାମନା ମେଣ୍ଟାଇବାକୁ ଯାଇ ଏଭଳି କୁତ୍ସିତ କାରବାର କରିଛି ଜଣେ ୨୧ବର୍ଷର ଯୁବକ । ହିତାହିତ ଜ୍ଞାନ ଭୁଲି ଯାଇ ଏଭଳି କାଣ୍ଡ କରୁଥିବାର ଯୁବକ ଜଣକ ଧରାପଡିଥିଲେ । ଏଭଳି ଏକ ଲଜ୍ୟା ଜନକ ଦୃଶ୍ୟ ସାମ୍ନାକୁ ଆସିଛି ଆଫ୍ରିକାର ମାଲବୀ ଦେଶ ସ୍ଥିତ ମଚିଞ୍ଜିରେ । ଘଟଣାରେ ପୋଲିସ ଅପରାଧୀକୁ ଗିରଫ କରିଛି । ଅପରାଧୀଙ୍କ ନାଁ କେନେଡୀ କମ୍ବାନୀ ବୋଲି ଜାଣିବାକୁ ମିଳିଛି ।
ଏହି ମାମଲାରେ ସୂଚନା ଦେଇ ଛେଳି ମାଲିକ ପୋଲିସକୁ କହିଛନ୍ତି କି, ମୋତେ ଲାଗିଲା କି କିଏ ମୋ ଛେଳିକୁ ଚୋରି କରିନେଇଛି । ଚୋରକୁ ଧରିବା ଲାଗି ପଡୋଶୀ ସହ ମିଶି ଅନ୍ୟଜଣକ ବାଡିରେ ପହଁଚିଲା ବେଳକୁ ଦେଖିବାକୁ ପାଇଲୁ ଏଭଳି ଲଜ୍ୟା ଜନକ ଦୃଶ୍ୟ । ଘଟଣାରେ ଅପରାଧିକୁ କଡା ଦଣ୍ଡ ଦିଆଯିବ ବୋଲି ପୋଲିସ୍ କହିଛି ।
ଖବରମୁତାବକ, ନଭେମ୍ବର ୨୦୧୮ରେ ଜାମ୍ବିଆରେ ଜଣେ ୨୨ ବର୍ଷିୟ ଯୁବକ ଗର୍ଭବତୀ ଛେଳିକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୧୫ ବର୍ଷ କଠୋର ଦଣ୍ଡ ଦିଆଯାଇଥିଲା । ଏହାବ୍ୟତୀତ କିଛି ଦିନ ପୂର୍ବରୁ ସାଉଥ ଆଫ୍ରିକାରେ ମଧ୍ୟ ଗର୍ଭବତୀ ଛେଳିକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୩୩ ବର୍ଷିୟ ଯୁବକକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଭାରତରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସି ସାରିଛି ।