ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ); ବରିଷ୍ଟ ଆଇଏଏସଙ୍କ ଘରେ ହୋଇଛି ସିବିଆଇ ଚଢ଼ାଉ । ବେଆଇନ୍ ବାଲି ଚାଲଣ ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ଇନଭେଷ୍ଟିଗେସନ (ସିବିଆଇ) ଟିମ୍ ଶନିବାର ଉତ୍ତର ପ୍ରଦେଶ ଓ ଦିଲ୍ଲୀର ୧୨ଟି ସ୍ଥାନରେ ଚଢ଼ଉ କରିଛି। ବେଆଇନ୍ ବାଲି ଚୋରା ଚାଲାଣରେ ସିବିଆଇ ଉତ୍ତରପ୍ରଦେଶର ଲକ୍ଷ୍ମୌ, କାନପୁର, ହମିରପୁର ଓ ଜାଲୋନ୍ ସ୍ଥାନରେ ଚଢ଼ଉ କରିଥିଲା। ୧୧ଜଣ ସଦସ୍ୟ ଥିବା ସିବିଆଇ ଟିମ୍ ବରିଷ୍ଠ ସରକାରୀ ଅଧିକାରୀଙ୍କ ସମେତ ଲକ୍ଷ୍ମୌସ୍ଥିତ ହୁସେନଗଜର ଆଇଏଏସ୍ ଅଧିକାରୀ ବି. ଚନ୍ଦ୍ରକଳାଙ୍କ ଘରେ ଚଢ଼ଉ କରିଥିଲେ। ଏହି ଚଢ଼ଉ ସମୟରେ ବି. ଚନ୍ଦ୍ରକଳାଙ୍କ ଘରୁ ବିଭିନ୍ନ ଜୁରୁରୀ ଓ ଗୁରୁରତ୍ୱପୂର୍ଣ୍ଣ ଦସ୍ତାବିଜ ବି ସିବିଆଇ ଟିମ୍ ଜବତ କରିଛି।
ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ନିର୍ଦେଶକ୍ରମେ ସିବିଆଇକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସିବିଆଇର ଚଢାଉ ଉତ୍ତରପ୍ରଦେଶର ଜାଲୋନ, ହାମୀରପୁର, ଲକ୍ଷ୍ନୌ ସମେତ ଏକାଧିକ ଜିଲ୍ଲାରେ ଏକକାଳୀନ ଚାଲିଛି । ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଚନ୍ଦ୍ରକଳା ୨୦୦୮ର ୟୁପି କ୍ୟାଡରର ଆଇଏଏସ୍ ।