ନୁଆଦିଲ୍ଲୀ(ଏଟିଆର ବ୍ୟୁରୋ): ବର୍ତ୍ତମାନ ସୋସିଆଲ ମିଡିଆର ଅପବ୍ୟବହାର ବହୁ ମାତ୍ରରେ ହେଉଛି । ଯାହାକୁ ନେଇ ଖୁବ ଶୀଘ୍ର କେନ୍ଦ୍ର ସରକାର ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଏହି ନିୟମ ଅନୁଯାଇ ସୋସିଆଲ ମିଡିଆର ଅପବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ କାର୍ଯ୍ୟାଅନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏହି ନିୟମ ଆସିବା ପୂର୍ବରୁ ମଧ୍ୟ ସୋସିଆଲ ମିଡିଆର ଅପବ୍ୟବହାର କୁ ନେଇ ଅନେକ ମାମଲା ରହିଛି । ସେହି ପରି ଏକ ମାମଲା ରେ ଛନ୍ଦି ହୋଇ ପଡିଛନ୍ତି ତାମିଲନାଡୁ କନ୍ୟାକୁମାରୀର ଜବିନ ଚାଲର୍ସ । କିଛି ଦିନ ତଳେ ଜବିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋଟକୁ ବିକୃତ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।
ଏହା ପରେ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ତେବେ ଏହା ପରେ ଜବିନ ଫୋଟଟିକୁ ସୋସିଆଲ ସାଇଡରୁ କାଟି ଦେଇଥିଲା । ହେଲେ ଏତିକିରେ ବିବାଦ ଜବିନ ପିଛା ଛାଡିନଥିଲା । ବିଜେପି ନେତା ନନଜିଲ ରାଜା ଜବିନଙ୍କ ନାମରେ ଏତଲା ଦେଇଥିଲେ । ଫଳରେ ଜବିନ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବିକୃତ ଫଟୋ କରିବା ଠିକ୍ ନୁହେଁ ବୋଲି ସ୍ୱୀକାର କରିବା ସହିତ ଜବିନ ଚାଲର୍ସ କୋର୍ଟଙ୍କ ଆଗରେ କ୍ଷମା ପ୍ରାର୍ଥନା କରିଥିଲେ। ତେବେ ଏହା ପରେ ଜବିନଙ୍କୁ ଜାମିନ ମିଲିଥିଲା । ଜବିନଙ୍କୁ ଫେସବୁକରୁ ବର୍ଷେ ପାଇଁ ବାସନ୍ଦ କରାଯାଇଛି। ଯଦି ଜବିନ ସୋସିଆଲ ମିଡିଆ ବ୍ୟବହାର କରୁଥିବାର ପ୍ରମାଣ ମିଳେ ତାହେଲେ ତାଙ୍କ ଜାମିନ ଖାରଜ ହେବ ବୋଲି ମାଡ୍ରାସ ହାଇକୋର୍ଟର ଜଷ୍ଟିସ ଜି. ଆର ସ୍ୱାମୀନାଥନ କହିଛନ୍ତି।