ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଥମ ମୌଦ୍ରିକ ନୀତି ସମିତି ବୈଠକର ଫଳାଫଳ ସାମ୍ନାକୁ ଆସିଛି । ବୈଠକରେ ନିଆଯାଇଥିବା ନିଷ୍ପତିର ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କ୍ରମାଗତ ଦଶମ ଥର ପାଇଁ ରେପୋ ରେଟ୍ କୁ ଅପରିବର୍ତ୍ତିତ ରଖିଛି ଆରବିଆଇ ।
ଶକ୍ତିକାନ୍ତ ଦାସ କହିଛନ୍ତି କି, ରେପୋ ରେଟ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ । ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ସେହିପରି ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।
ଆସନ୍ତା ଆର୍ଥିକ ବର୍ଷରେ ୭.୮ ଜିଡିପି ଅଭିବୃଦ୍ଧିର ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରେପୋ ରେଟ୍ ଅପରିବର୍ତ୍ତିତ ରଖା ଯାଇଛି ।