ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଏବେ ବାର୍ତ୍ତା ପ୍ରେରଣରେ ମୁଖ୍ୟ ମାଧ୍ୟମ ସାଜିଛି ୱାଟସଅପ । ଆଉ ଯାହାର ସବୁଠାରୁ ଅଧିକ ବ୍ୟବହାରକାରୀ ରହିଛନ୍ତି ଭାରତରେ । ଖାଲି ଯେ ୱାଟ୍ସଅପରେ ବାର୍ତ୍ତା ପ୍ରେରଣ କରାଯାଇଥାଏ ତାହା ନୁହେଁ । ବରଂ ଏଥିରେ ଗୃପ ମଧ୍ୟ ଗଠନ ମଧ୍ୟ ହୋଇଥାଏ । କୌଣସି ସାମାଜିକ ସଂଗଠନ ହେଉ ଅବା ସାଙ୍ଗ ସାଥିଙ୍କ ଖଯି ଏସବୁ ଏବେ ଘରେ ବସି ହୋଇ ପାରୁଛି । ତେବେ ଏହି ଭିତରେ କିନ୍ତୁ କିଛି ବ୍ୟକ୍ତ ଅଛନ୍ତି ଯେଉଁମାନେ ନିଜର ବ୍ୟକ୍ତଗତ ସ୍ୱାର୍ଥ ପାଇଁ ୱାଟସଅପରେ ବିଭିନ୍ନ ଗୃପ ମାନ ତିଆରି କରୁଛନ୍ତି ।
ଆଉ ମନ ଇଚ୍ଛା ସେଥିରେ ମେସେଜ କରୁଛନ୍ତି । ବିଚରା ଆପଣ ଜାଣି ନଥିବେ କେହି ଆପଣଙ୍କୁ କୌଣସି ଗୃପରେ ଯୋଡି ଦେଇଥିବେ । ଆଉ ଆପଣ ମେସେଜ ଖୋଲିଲା ବେଳକୁ ମୋବାଇଲ ହ୍ୟାଙ୍ଗ । ତେବେ ଏଥିରୁ ଏବେ ମୁକ୍ତି କରି ଦେଇଛି ୱାଟସଅପ । ଆଉ ଆପଣଙ୍କୁ କେହି ଆପଣଙ୍କ ଅଜାଣତରେ କୌଣସି ଗୃପରେ ଯୋଡି ପାରିବେ ନାହିଁ । ି କି ଆପଣଙ୍କୁ ଆଉ ଅନାବଶ୍ୟକୀୟ ଗୃପ ଓ ଅନାବଶ୍ୟକୀୟ ମେସେଜର ସାମ୍ନା କରିବାକୁ ପଡିବ ନାହିଁ । ୱାଟସଅପ ଏକ ବ୍ଲଗରେ ଏନେଇ ସୂଚନା ଦେଇଛି । ଆପଣ ପୁରୁଣା ଭର୍ସନକୁ ଅପଡେଟ କଲେ ଏହି ନୂଆ ଫିଚର ପାଇ ପାରିବେ । ପୂର୍ବରୁ ନୋୱାଡି କୁ ପରିବର୍ତ୍ତନ କରି ମାଇ କଣ୍ଟାକ୍ଟ ଏକ୍ସପର୍ଟ ବିକଲ୍ପ ଦେଇଛି । ଯାହା ଭିତରକୁ ଯାଇ ଆପଣ ସେଇ ମାନଙ୍କୁ ବାଛିବେ ଯାହାଙ୍କ ଦ୍ୱାରା ଆପଣ କୌଣସି ଗୃପରେ ସାମିଲ ହେବାକୁ ଚାହୁଁ ନାହାନ୍ତି ।