ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲେମ୍ବୁ, ଯାହାର ଉପକାରିତା ସମ୍ପର୍କରେ ଆପଣ ସବୁବେଳେ ଶୁଣିଥିବେ । ସକାଳୁ ସକାଳୁ ଆପଣ ଗରମ ପାଣି ସହ ଲେମ୍ବୁ ପିଇବାର ଫାଇଦା ସମ୍ପର୍କରେ ବହୁ ଜାଗାରେ ପଡିଥିବେ ଓ ଶୁଣିଥିବେ । ଏହା ବ୍ୟତିତ ତ୍ୱଚା ଠାରୁ ଆରମ୍ଭ କରି ଇମ୍ୟୁନିଟି ସିଷ୍ଟମ ପର୍ଯ୍ୟନ୍ତ ସବୁ କିଛିର ଉପକାରିତା କରିଥାଏ ଲେମ୍ବୁ । ଲେମ୍ବୁ ଖାଇବାର ଅନେକ ଫାଇଦା ରହିଛି କିନ୍ତୁ କିଛି ଦିନ ତଳେ ଏକ ପରୀକ୍ଷାରୁ ଏହା ଜଣାପଡିଛି କି ଲେମ୍ବୁ ଖାଇବା ଦ୍ୱାରା ଆମ ଶରିରୀକୁ ବହୁ ଫାଇଦା ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା କଣ ସେ ସବୁ ଫାଇଦା ଗୁଡିକ ।
ଲେମ୍ବୁ ଶୁଘିଲେ ମିଳିବ ଫାଇଦା – ଏକ ପରୀକ୍ଷାରୁ ଜଣାପଡିଛି କି କିଛି ସାମଗ୍ରୀର ବାସ୍ନା ଓ ଶବ୍ଦରୁ ଆପଣ ନିଜକୁ ପତଳା ଏବଂ ସତେଜତା ଅନୁଭବ କରାଇପାରିବେ । ଏହି ସବୁ ଭିତରେ ଲେମ୍ବୁ ମଧ୍ୟ ସାମିଲ ଅଛି । ବିଶେଷଜ୍ଞଙ୍କ କହିବା ମୁତାବକ କିଛି ଲୋକ ଲେମ୍ବୁ ଶୁଘିବା ଫଳରେ ନିଜକୁ ପତଳା ଓ ନିଜ ମଧ୍ୟରେ ସତେଜତା ଅନୁଭବ କରିଥାନ୍ତି ।
ଭିଟାମିନ ସି ର ଫାଇଦା – ଲେମ୍ବୁରେ ଭିଟାମିନ ସି ଭରିକି ଥାଏ । ଲେମ୍ବୁ ଖାଇବା ଦ୍ୱାରା ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ସବୁବେଳେ ଠିକ ରହିଥାଏ । ଯଦି ପ୍ରତ୍ୟେକ ଦିନ ଆପଣ ଗୋଟିଏ ଗ୍ଲାସ ପାଣି ସହ ଅଧା ଚାମୁଚ ଲେମ୍ବୁକୁ ମିଶାଇ କରି ପିଅନ୍ତି ତେବେ ଆପଣଙ୍କ ଶରୀରରେ ଭିଟାମିନ ସି ଆବଶ୍ୟକତା ପୂରଣ ହୋଇଥାଏ । ଲେମ୍ବୁର ପ୍ରତ୍ୟେକ ଦିନ ବ୍ୟବହାର ଫଳରେ ଆପଣ ହୃଦୟ ଜନିତ ସମସ୍ୟାର ଡର ମଧ୍ୟ କମ ହୋଇଯାଇଥାଏ ।
ତ୍ୱଚାକୁ କରନ୍ତୁ ସତେଜତା – ଲେମ୍ବୁରେ ଥିବା ଭିଟାମିନ ସି ତ୍ୱଚାର ରୁଖାପଣ ଓ ସନ୍ ଟ୍ୟାନକୁ ଦୂର କରିଥାଏ । ଲେମ୍ବୁ ବ୍ୟବହାର ଫଳରେ ଏହା ଶରୀରକୁ ଡିଟସ୍କିଫାଏ କରିଥାଏ, ଯାହାଫଳରେ ତ୍ୱଚାର ଚମକ ରହିଥାଏ । ତେବେ ଲେମ୍ବୁ ପାଣି ପ୍ରତିଦିନ ପିଇଲେ ଆପଣ ଫରକ ଅନୁଭବ କରିପାରିବେ ।
ପାଟିରୁ ବାହାରୁ ଥିବା ଦୁର୍ଗନ୍ଧ ଦୂର କରେ – ଅନେକ ଲୋକ କଥା କହିବା ସମୟରେ ସେମାନଙ୍କ ପାଟିରୁ ବାହାରିଥାଏ ଦୁର୍ଗନ୍ଧ । ଯଦି ଆପଣଙ୍କ ପାଟିରୁ ବାହାରୁଛି ଦୁର୍ଗନ୍ଧ ତେବେ ଆପଣଙ୍କ ପାଇଁ ଲେମ୍ବୁ ଏକ ବଡ ଉପକାରୀ ସାଥି ହୋଇପାରେ । ସକାଳୁ ଉଠିସାରିବା ପରେ ଓ ଖାଇବା ଖାଇସାରିବା ଯଦି ଆପଣ ଲେମ୍ବୁ ପାଣି ପିଉଛନ୍ତି ତେବେ ଆପଣଙ୍କର ଏହି ପାଟି ଦୁର୍ଗନ୍ଧ ଜନିତ ସମସ୍ୟା ଦୂର ହୋଇଯିବ ।