ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ବଡ ଝଟକା । ଆଜ୍ଞା ହଁ ଏସବିଆଇ ପକ୍ଷରୁ ଫିକ୍ସଡ ଡିପୋଜିଟ୍ (ଏଫଡି) ଉପରେ ସୁଧ ଦର ହ୍ରାସ କରାଯାଇଛି । ପବ୍ଲିକ ସେକ୍ଟରର ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ତାର ରିଟେଲ ଫିକ୍ସଡ ଡିପୋଜିଟ୍ ଏବଂ ବଲ୍କ ଟର୍ମ ଡିପୋଜିଟ୍ ଉପରେ ମିଳୁଥିବା ସୁଧ ଦରକୁ କମ୍ କରାଇଛି ।
ଶୁକ୍ରବାର ମାନେ ଆଜି ବ୍ୟାଙ୍କ ପକ୍ଷରୁ ଫିକ୍ସଡ ଡିପୋଜିଟ୍ ଉପରେ ସୁଧ ଦର ହ୍ରାସକୁ ନେଇ ସୂଚନା ଦିଆଯାଇଛି । ହ୍ରାସ ହୋଇଥିବା ଫିକ୍ସଡ ଡିପୋଜିଟ୍ (ଏଫଡି) ରେଟ୍ ଚଳିତ ମାସ ନଭେମ୍ବର ୧୦ ତାରିଖରୁ ଲାଗୁ ହୋଇଯିବ ।