ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଦୂଷଣ ସ୍ତର ହ୍ରାସ କରିବା ପାଇଁ ଭାରତରେ ଏବେ ଇଲେକ୍ଟ୍ରିକ ଗାଡିକୁ ଅପଣା ଯାଉଛି । ଏହି ଇଲେକ୍ଟ୍ରିକ ଗାଡିକୁ ଅଧିକରୁ ଅଧିକ ପ୍ରମୋଟ କରିବା ପାଇଁ ଦିଲ୍ଲୀ ପରେ ଏବେ ଆନ୍ଧ୍ରପ୍ରଦେଶ ସରକାର ଏକ ବଡ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି ।
ବାସ୍ତବରେ ଆନ୍ଧ୍ର ସରକାର, କେନ୍ଦ୍ର ସରକାରଙ୍କ ଏଜେନ୍ସି ସହାୟତାରେ ନିଜ ରାଜ୍ୟରେ ସରକାରୀ କର୍ମଚାରୀଙ୍କୁ ଇଏମଆଇ ଆଧାରରେ ଇଲେକ୍ଟ୍ରିକ ବାଇକ ପ୍ରଦାନ କରିବାର ଯୋଜନା ଉପରେ ବିଚାର କରୁଛନ୍ତି ।
ଏହି ଯୋଜନା ଦ୍ୱାରା ଯେ କେବଳ ପ୍ରଦୂଷଣ ସ୍ତର ହ୍ରାସ ହେବ ତାହା ନୁହେଁ ବରଂ ଲୋକଙ୍କ ପକେଟ ଉପରେ ମାଡ ହେଉଥିବା ପେଟ୍ରୋଲ ଓ ଡିଜେଲ ମହଙ୍ଗା ମାଡ ସମସ୍ୟା ଦୂର ହେବ । ଏହି ଇଲେକ୍ଟ୍ରିକ ବାଇକ ସିଙ୍ଗଲ ଚାର୍ଜରେ ୪୦-୧୦୦ କି.ମି ରେଞ୍ଜ ସହିତ ଆସିବ ।