ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ବିଭିନ୍ନ ରାଜ୍ୟରେ ଲଗାତାର ଭାବେ ମୂଷଳଧାରାରେ ବର୍ଷା ହେଉଛି । ଯାହା ଲୋକଙ୍କ ପାଇଁ ବଡ ସମସ୍ୟା ପାଲଟିଛି । ଖାସ୍ କରି ଉତ୍ତର ଭାରତରେ ବର୍ଷା ଆଣିଛି ଜଳଯନ୍ତ୍ରଣା । ଭୀଷଣ ବର୍ଷା ଯୋଗୁଁ ଦୁର୍ଘଟଣା, ଭୂସ୍ଖଳନ, ଫ୍ଲାସଫ୍ଲଡରେ ବଢୁଛି ମୃତ୍ୟୁ ସଂଖ୍ୟା । ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୯୧ ରେ ପହଁଚିଲାଣି ।
ଏବେ ବି ଜଳବନ୍ଦୀରେ ଅନେକ ଲୋକ । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ପ୍ରଭାବିତ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।
ସେପଟେ ହିମାଚଳରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।