ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟିଏନ ଶେଷନଙ୍କ ୮୬ ବର୍ଷ ବୟସରେ ରବିବାର ରାତିରେ ପରଲୋକ ହୋଇଛି । ସେ ତାମିଲନାଡୁ କ୍ୟାଡରର ୧୯୫୫ ବ୍ୟାଚ ଆଇଏଏସ ଅଧିକାରୀ ଥିଲେ । ସେ ଥିଲେ ସେ ୧୦ମ ନିର୍ବାଚନ ଆୟୁକ୍ତ । ୧୯୯୦ରୁ ୧୯୯୬ ଯାଏ ଭାରତର ୧୦ମ ମୁଖ୍ୟ ନିର୍ବାଚନ କମିସନର ଦାୟିତ୍ବ ତୁଲାଇଥିଲେ। ତାଙ୍କ ସମୟରେ ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁ ସେ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ ।
ତାମିଲନାଡୁ ସରକାରଙ୍କ ବିଭିନ୍ନ ବିଭାଗରେ ସେ ସଚିବ ଭାବେ କାର୍ଯ୍ୟ କରିଥିଲେ । ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ କେନ୍ଦ୍ର କ୍ୟାବିନେଟ୍ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ନିର୍ବାଚନ ଆୟୁକ୍ତ ଥିବା ସମୟରେ କଠୋର ନିର୍ବାଚନ ଆଚରଣ ବିଧି ଲାଗୁ କରିଥିଲେ । ସୂଚନାଯୋଗ୍ୟ ସେ କେରଳର ପଲକ୍କଡ ଜିଲ୍ଲାରେ ୧୯୩୨ ଡିସେମ୍ବର ୧୫ରେ ଜନ୍ମଗ୍ରହଣ କରିଥିଲେ । ହାୱାର୍ଡ ବିଶ୍ବବିଦ୍ୟାଳୟରୁ ପବ୍ଲିକ ଆଡ୍ମିନିଷ୍ଟ୍ରେସନ ରେ ସ୍ନାତକୋତ୍ତର ଲାଭ କରିଥିଲେ।