ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜଧାନୀରେ ଜଣେ କଲେଜ ଛାତ୍ରୀଙ୍କୁ ଜଣେ ପଶ୍ଚିମବଙ୍ଗର ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ କ୍ୟାପିଟାଲ ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଏହି ଲଜ୍ଜା ଜନକ ଘଟଣା ଘଟିଛି ୟୁନିଟ-୧ର ଏକ ବସ୍ତିରେ । ଗତକାଲି ରାତି ୧୦ ଟା ବେଳେ ଯୁବତୀ ଜଣଙ୍କ ବାହାରକୁ ଶୌଚ ହେବାକୁ ଯାଇଥିବା ସମୟରେ ଅଜୟ ବାଗ ନାମକ ଜଣେ ଯୁବକ ତାଙ୍କୁ ପିଛା କରିଥିଲା । ଯୁବକ ଜଣଙ୍କ ଛାତ୍ରୀଙ୍କୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ।
ଏହି ସମୟରେ ଛାତ୍ରୀ ଜଣକ ଜୋରରେ ଚିତ୍କାର କରିବାରୁ ସେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବସ୍ତିରେ ଚଢଉ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ସୂଚନାଯୋଗ୍ୟ ଅଜୟ ବାଗର ଘର ପଶ୍ଚିମବଙ୍ଗରେ। ତେବେ ସେ ଏଠାରେ ରହି ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ। ପୋଲିସ ଉଭୟ ପୀଡିତା ଓ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।