ବରଗଡ( ଏଟିଆର ବ୍ୟୁରୋ): ବରଗଡ ଧନୁଯାତ୍ରା ପ୍ରସ୍ତୁତିରେ ବିଳମ୍ଭ ହେଉଥିବା ଦେଖିବାକୁ ମିଳୁଛି । ଆଉ ମାତ୍ର ହାତ ଗଣତି କେଇଟା ଦିନ ପରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ହେଲେଏ ପର୍ଯ୍ୟନ୍ତ କାମ ଭଲ ଭାବେ ଆରମ୍ଭ ହୋଇ ନାହିଁ । ଏପଟେ କଂସ ଚୟନ ପ୍ରକ୍ରିୟାକୁ ନେଇ ବିଦାବ ମୁଣ୍ଡ ଟେକିଛି ।
ଚୟନ ପ୍ରକ୍ରିୟାକୁ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି କଳାକାର ସଂଘ । କଳାକାର ସଂଘ ଅଭିଯୋଗ କରିଛି ଯେହେତୁ ଜଣେ କଳାକାର ଚୟନ ହେଲା ପରେ କ୍ରମାଗତ ୩ବର୍ଷ କଂସ ଅଭିନୟ କରିଥାଏ। ଭୁବନେଶ୍ବର ପ୍ରଧାନ ଲଗାତାର ଦୁଇ ବର୍ଷ ଅଭିନୟ କରିଥିବାବେଳେ ଏଥର ବି ତାଙ୍କୁ ସୁଯୋଗ ଦେବାକୁ ଯୁକ୍ତି କରିଛନ୍ତି । ଚୟନ ପାଇଁ ଜାରି ହୋଇଥିବା ବିଜ୍ଞପ୍ତିକୁ ରଦ୍ଦ କରି ପୁଣି ଥରେ ଭୁବନେଶ୍ବରଙ୍କୁ ସୁଯୋଗ ଦେବାକୁ ଦାବି କରିଛନ୍ତି ।