ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) ଇମରାମ ହାସମୀ ଏବଂ ଋଷି କପୁରଙ୍କ ଫିଲ୍ମ ‘ଦି ବଡି’ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି । ଫିଲ୍ମଟି ସମ୍ପୂର୍ଣ୍ଣ ହରର କାହାଣୀ ଉପରେ ଆଧାରିତ । ଏବେ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଛି । ଏହି ଫିଲ୍ମ ଜରିଆରେ ବଲିଉଡରେ ଋଷି କପୁର କମବ୍ୟାକ୍ କରିଛନ୍ତି । ସେପଟେ ଇମରାନ୍ ହାସମୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ପ୍ରଥମ ପୋଷ୍ଟର ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଯେଉଁଥିରେ ଫିଲ୍ମର ରିଲିଜ୍ ଡେଟ୍ ବି ଲେଖାଯାଇଛି ।
ହୁଏତ ଫିଲ୍ମର ଟାଇଟେଲ ଏବଂ ରିଲିଜ୍ ଡେଟ୍ କୁ ନେଇ ପ୍ରଥମରୁ ଫିଲ୍ମ ନିର୍ମାତା କୌଣସି ସୂଚନା ଦେଇ ନଥିଲେ । କିନ୍ତୁ ଯେତେବେଳେ ଫିଲ୍ମର ସୁଟିଂ ଶେଷ ହେଲା ସେ ତାଙ୍କ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ।
ଏହି ପୋଷ୍ଟରରେ ଗୋଟେ କାଚ ଗ୍ଲାସ ପଡିଥିବାର ନଜର ଆସୁଛି । ସେହି ଗ୍ଲାସ୍ ରେ ଏବଂ ଟେବୁଲ୍ ଉପରେ ରକ୍ତ ବୋହିଥିବାର ଦେଖିବାକ ମିଳିଛି । ଇମରାନ୍ ହାସମୀ ଏହି ପୋଷ୍ଟରକୁ ସେୟାର କରି ଲେଖିଛନ୍ତି କି ‘ଚଳିତ ଡିସେମ୍ବରରେ ‘ଦି ବଡି’ କୁ ଖୋଜିବା ପାଇଁ ଆମ ସହ ଯୋଡି ହୁଅନ୍ତୁ । କାହାଣୀଟି ୧୩ ତାରିଖରେ ସାମ୍ନାକୁ ଆସିବ ।
ଖବରମୁତାବକ, ଫିଲ୍ମରେ ଇମରାନ୍ ହାସମୀ ଏଭଳି ଜଣେ ଚରିତ୍ରରେ ଅଭିନୟ କରିଛନ୍ତି । ଯାହାଙ୍କର ପତ୍ନୀଙ୍କ ମୃତ୍ୟୁ ହୋଇ ଯାଉଛି ଏବଂ ପୁଣି ତାଙ୍କ ମର ଶରୀର ମୁର୍ଦ୍ଦାରଘରୁ ଅଚାନକ୍ କୁଆଡେ ଗାୟବ ହୋଇଯାଉଛି । ସେହିପରି ଏହି ଫିଲ୍ମରେ ଋଷି କପୁର ପୋଲିସ ଭୂମିକାରେ ଅଭିନୟ କରିଛନ୍ତି ।