ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବକ୍ସଅଫିସରେ ଧମାଲ କରୁଛି ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ । ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ର ଫିଭର ଦର୍ଶକଙ୍କଠି ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ ହଲ ହାଉସଫୁଲ ରହିଛି । ଫିଲ୍ମଟିକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ରଣବୀର କପୁର ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୟ ଦର୍ଶକଙ୍କ ମନ ଛୁଇଁଛି । ବମ୍ପର ଓପନିଙ୍ଗ ପରେ ହଲରେ ହଇଚଇ ସୃଷ୍ଟି କରିଛି ଆନିମଲ ।
ଆନିମଲ୍ କୁ ଏ’ ରେଟିଙ୍ଗ ମିଳିଛି । ଏହାର ରନ୍ ଟାଇମ ୩ ଘଣ୍ଟାରୁ ଅଧିକ ରହିଛି । ଏହାପରେ ବି ଫିଲ୍ମକୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି । ବକ୍ସଅଫିସ ଧମାଲ କରୁଛି ଆନିମଲ୍ । ଫିଲ୍ମଟି ରିଲିଜ୍ ର ୩ ଦିନ ମଧ୍ୟରେ ୨୦୦ କୋଟି ପାର୍ କରିଛି । ଚତୁର୍ଥ ଦିନରେ ବି ଫିଲ୍ମର ରୋଜଗାର ଭଲ ହେବ ବୋଲି ଆଶା ରହିଛି ।