ମୁମ୍ବାଇ(ଏଟିଆର ବ୍ୟୁରୋ): ସିଙ୍ଗର ରୋହନପ୍ରିତଙ୍କ ସାଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ନେହା କକ୍କର । ନେହା କକ୍କରଙ୍କ ହାତରେ ରୋହନପ୍ରିତ ସିଂହଙ୍କ ନାଁର ମେହେନ୍ଦୀ ଲାଗି ଯାଇଛି। ନେହାଙ୍କ ମେହେନ୍ଦୀର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଦିଲ୍ଲୀର ପ୍ରସିଦ୍ଧ ରାଜୁ ମେହେନ୍ଦୀ ଟିମ୍ ନେହା କକ୍କରଙ୍କ ହାତରେ ବିବାହର ମେହେନ୍ଦୀ ଲଗାଇଛନ୍ତି। ରାଜୁ ମେହେନ୍ଦୀ ଟିମ୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ନେହା କକ୍କରଙ୍କ ଭଳି ଦମଦାର ଗାୟିକାଙ୍କ ହାତରେ ବ୍ରାଇଡାଲ୍ ମେହେନ୍ଦୀ ଲଗାଇବା ଆମ ପାଇଁ ଗର୍ବର ବିଷୟ।ସୂଚନା ମୁତାବକ ଆଜି ସେମାନେ କୋର୍ଟ ମ୍ୟାରେଜ କରିବେ ଏବଂ ଏହା ପରେ ଅକ୍ଟୋବର ୨୬ତାରିଖରେ ପଞ୍ଜାବରେ ଗ୍ରାଣ୍ଡ ରିସେପ୍ସନ ହେବ। ନେହା ନିକଟରେ ରୋକା ସେରେମନିର ଭିଡିଓ ଜାରି କରିଥିଲେ ଯେଉଁଥିରେ ସେ ରୋହନପ୍ରିତଙ୍କ ସହ ଡାନ୍ସ କରୁଥିବାର ନଜର ଆସିଥିଲେ। ନେହା ରୋକା ଭିଡିଓ ସେୟାର କରି ଲେଖିଥିଲେ ,‘ ସେମାନଙ୍କ ରୋକା ସେରେମନିର କ୍ଲିପ୍। ସେ ରୋହନପ୍ରିତ ଏବଂ ପରିବାରକୁ ବହୁତ ଭଲ ପାଆନ୍ତି। ସେ ରୋହନପ୍ରିତଙ୍କ ବାପାମାଆଙ୍କୁ ଧନ୍ୟବାଦ ଜଣାଇଥିଲେ । ନେହା କକ୍କର ଏବଂ ରୋହନପ୍ରୀତ ସିଂହଙ୍କ ଭିଡିଓ ସଙ୍ଗ୍ ‘ନେହୁ ଦା ବ୍ୟାହ’ ରିଲିଜ ହୋଇଛି। ଭିଡିଓରେ ନେହା ଏବଂ ରୋହନପ୍ରିତଙ୍କ ରୋମାଣ୍ଟିକ୍ ଯୋଡ଼ିକୁ ଖୁବ୍ ପସନ୍ଦ କରାଯାଉଛି। ତେବେ ଏହି ଦୁଇ କଳାକାର ନିଜ ବିବାହକୁ ନେଇ ଅତ୍ୟନ୍ତ ଖୁସି ଅଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024