ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚାଲିଛି ଧର୍ମ ମାସ କାର୍ତ୍ତିକ । କାର୍ତ୍ତିକ ମାସ ଶେଷ ପୂର୍ଣ୍ଣିମାକୁ ଆମେ କାର୍ତ୍ତିକ ପୂର୍ଣ୍ଣିମା ଭାବେ ପାଳନ କରୁ । ଏହି ଦିନ ସକାଳୁ ସକାଳୁ ଉଠି ଡଙ୍ଗା ଭସାଇ ମାସକ ଯାକର ପୁଣ୍ୟ ଅର୍ଜନ କରାଯାଏ ବୋଲି ବିଶ୍ୱାସ ରହିଛି । କଥାରେ ଅଛି ଏହି ଦିନ ସାଧବ ପୁଅ ବୋଇତ ଧରି ବାହାର ଦେଶକୁ ବଣିଜ କରିବାକୁ ଯାଇଥାଏ ।
ଆସନ୍ତା କାଲି ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ଯାହାକୁ ନେଇ ଏବେ ସହରଠୁ ଗାଁ ଚଳଞ୍ଚଳ । ଏହି ଅବସରରେ ବ୍ୟବସାୟୀ ମାନେ ଏବେ ଡଙ୍ଗା ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି । ଚଳିତ ଗାନ୍ଧୀ ଜୟନ୍ତୀଠାରୁ ପ୍ଲାଷ୍ଟିକ ବ୍ୟାନ ହୋଇଥିବାରୁ ପ୍ଲାଷ୍ଟିକ ବଦଳରେ କାଗଜ ନିର୍ମିତ ଡଙ୍ଗା ବଜାରରେ ମିଳୁଛି । ତେବେ ବଜାରରେ ମିଳୁ ଥିବା ବିଭିନ୍ନ ରକମର ଡଙ୍ଗା ମଧ୍ୟରୁ କାଗଜ ଡଙ୍ଗା ଓ ଫ୍ୟାନ୍ସି ଡଙ୍ଗାର ଚାହିଦା ବଜାରରେ ବହୁ ମାତ୍ରାରେ ରହିଛି ।
ମାତ୍ର କେତୋଟି ଦୋକାନରେ ପାରମ୍ପରିକ କଦଳୀ ପାଟୁଙ୍ଗାରେ ତିଆରି ହୋଇଥିବା ଡଙ୍ଗା ଦେଖିବାକୁ ମିଳୁଛି ।