ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଯୋଧ୍ୟା ମାମଲାକୁ ନେଇ ଫେବ୍ରୁଆରୀ ୨୬ରେ ହେବ ସୁପ୍ରିମ କୋର୍ଟରେ ଶୁଣାଣି । ବିଚାରପତିଙ୍କ ପାଞ୍ଚଜଣିଆ ଖଣ୍ଡପୀଠରେ ସାମିଲ ଥିବା ଜଷ୍ଟିସ ଏସଏ ବୋବଡେ ଛୁଟି କାଟିବା ପରେ ଏବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ମୁଖ୍ୟ ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାର ପୀଠ ହିଁ ଏହି ମାମଲାର ଶୁଣାଣି କରିବ । ଏହି ପୀଠରେ ଜଷ୍ଟିସ୍ ବୋବଡେ,ଜଷ୍ଟିସ୍ ଚନ୍ଦ୍ରଚୂଡ, ଜଷ୍ଟିସ୍ ଅବଦୁଲ ନଜିର ଏବଂ ଜଷ୍ଟିସ୍ ଅଶୋକ ଭୂଷଣ ପ୍ରମୁଖ ସାମିଲ ରହିବେ ।
ସେପ୍ଟମ୍ବର ୨୦୧୦ ଇଲହାବାଦ ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା ୧୪ ଅପିଲକୁ ନେଇ ଏହି ଶୁଣାଣି କରାଯିବ । ସେଥିପାଇଁ ମୁଖ୍ୟ ଜଷ୍ଟିସ୍ ଜାନୁଆରୀ ୨୫ରେ ଅଯୋଧ୍ୟା ବିବାଦ ଶୁଣାଣି ପାଇଁ ବେଞ୍ଚର ପୁର୍ନଗଠନ କରିଥିଲେ । ଏହି ପୁନର୍ଗଠନରେ ଜଷ୍ଟିସ୍ ଏନବି ରମଣକୁ ସାମିଲ କରାଯାଇନଥିଲା ।
ଇଲହାବାଦ ହାଇକୋର୍ଟରେ ତିନି ଜଣିଆ ବେଞ୍ଚ ୩୦ ସେପ୍ଟମ୍ବର ୨୦୧୦ରେ ୨-୧ ର ବହୁମତ ନିଷ୍ପତ୍ତି ଉପରେ କହିଥିଲେ କି ୨.୭୭ ଏକର ଜମିକୁ ତିନି ଭାଗରେ ବଣ୍ଟା ଯିବ । ଏହି ନିଷ୍ପତ୍ତି ଉପରେ କୌଣସି ପକ୍ଷ ସହମତି ଦେଇନଥିଲେ । ଯାହାଫଳରେ ଏହାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଛି ।
ଏହାକୁ ନେଇ ୨୦୧୧ ମେ ମାସ ୯ ତାରିଖର ଇଲାହାବାଦ ହାଇକୋର୍ଟର ନିଷ୍ପତ୍ତି ଉପରେ ସୁପ୍ରିମ କୋର୍ଟ ରୋକ ଲଗାଇଥିଲା । ଗତ ୮ ବର୍ଷ ହେବ ଏହି ମାମଲା ସୁପ୍ରିମ କୋର୍ଟରେ ପଡି ରହିଛି ।