ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ କମ୍ପାନୀ ଓପୋ ଏବେ ରେନୋ ୧୦ ସିରିଜ୍ ଲଞ୍ଚ କରିଛି । କମ୍ପାନୀ ଓପୋ ରେନୋ ୧୦, ୧୦ ପ୍ରୋ, ୧୦ ପ୍ରୋ ପ୍ଲସ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହି ଫୋନକୁ ଆପଣ ଓପୋର ଅଫିସିଆଲ ୱେବସାଇଟ ଏବଂ ଫ୍ଲିପକାର୍ଟରେ କିଣିପାରିବେ । ରେନୋ ୧୦ ସିରିଜ୍ ରେ ୫୦୦୦ ଏମଏଏଚର ବ୍ୟାଟେରୀ, ୬୪ଏମପି ର ପୋଟ୍ରେଟ କ୍ୟାମରୋ ଏବଂ ୧୦୦ ୱାଟର ଫାଷ୍ଟ ଚାର୍ଜର ମିଳିବ ।
ଦାମ୍ କଥା ଯଦି କହିବା ତେବେ ଓପୋ ରେନୋ ୧୦ ର ଦାମ ଏଯାଏଁ କମ୍ପାନୀ ରିଭିଲ କରନି । ଏହି ମଡେଲର ଦାମ ଫ୍ଲିପକାର୍ଟରେ ୨୦ ଜୁଲାଇରେ ରିଭିଲ ହେବ । ଅନ୍ୟପଟେ ଓପୋ ରେନୋ ୧୦ ପ୍ରୋ ର ଦାମ ୩୯,୯୯୯ ଟଙ୍କା ରହିଥିବା ବେଳେ ଓପୋ ରେନୋ ୧୦ ପ୍ରୋ ପ୍ଲସ ର ଦାମ୍ ୫୪,୯୯୯ ଟଙ୍କା ରହିଛି ।