ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶୀତକାଳୀନ ଅଧିବେଶନକୁ ନେଇ ନଭେମ୍ବର ୧୭ରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟସଭା ସଭାପତି ଏମ ଭେଙ୍କୟା ନାୟୁଡୁ । ନଭେମ୍ବର ୧୮ରେ ହେବାକୁ ଥିବା ଶୀତକାଳୀନ ଅଧିବେଶନକୁ ସଫଳ କରିବା ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବା ପାଇଁ ଏହି ବୈଠକ ଡକାଯାଇଛି ।
ସେପଟେ ରାଜ୍ୟସଭା ସଚିବାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଉଚ୍ଚ ସଦନର ୨୫୦ତମ ଅଧିବେଶନ ଆଗାମୀ ସୋମବାର ଦିନ ଆରମ୍ଭ ହେବା ପୂର୍ବରୁ ରବିବାର ସନ୍ଧ୍ୟାରେ ସମସ୍ତ ଦଳର ନେତାଙ୍କୁ ନେଇ ଉପରାଷ୍ଟ୍ରପତି ଭବନରେ ବୈଠକ ଡାକିଛନ୍ତି ନାୟୁଡୁ ।
ଏହି ଅଧିବେଶନକୁ ଐତିହାସିକ ଆକ୍ଷା ଦେଇ ସେ କହିଛନ୍ତି, ବୈଠକରେ ଅଧିବେଶନ ଅବସରରେ ନଭେମ୍ବର ୨୬ ରେ ହେବାକୁ ଥିବା ୭୦ତମ ସମ୍ବିଧାନ ଦିବସ ଏବଂ ମହାତ୍ମାଗାନ୍ଧୀ ୧୫୦ତମ ଜୟନ୍ତୀ ର ଆୟୋଜନ ରୂପରେଖ ଉପରେ ବିଚାର କରାଯିବ ।