ରାଉରକେଲା(ଏଟିଆର ବ୍ୟୁରୋ): ରାଜ୍ୟରେ ଅପରାଧୀ ମାନଙ୍କୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି । କେଉଁଟି ସିସିଟିଭି ଲଗାଯାଉଛି ତ ଆଉ କେଉଁଠି ଚେକିଙ୍ଗ କରାଯାଉଛି । ଦିନ ରାତି ପୋଲିସ ପାଟ୍ରୋଲିଙ୍ଗ କରୁଥିବା କଥା ପୋଲିସ ପ୍ରଶାସନ ପକ୍ଷରୁ ଦାବି କରାଯାଉଛି । ହେଲେ ଅପରାଧ ଥମିବାର ନାଁ ନେଉ ନାହିଁ । ଗତକାଲି ୨ୟ ସ୍ମାର୍ଟ ସିଟି ଭାବେ ପରିଚିତ ରାଉରକେଲା ସହରରେ ସିରିଜ ଲୁଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଲୁଟେରା ମାନେ ୪ଟି ଦୋକାନ ସହ ଜନସେବା କେନ୍ଦ୍ରରେ ଲୁଟି ନେଇଛନ୍ତି ।
ଦୁବୃର୍ତ୍ତମାନେ କୁଆଁରମୁଣ୍ଡା ଥାନା ଅନ୍ତର୍ଗତ ଝାରବେଡା ସ୍ଥିତ ଗୋଟିଏ ଦୋକାନ ଓ ଟାଙ୍ଗରାଇଁ ଠାରେ ଥିବା ୩ଟି ଦୋକାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ତେବେ ଦୋକାନ ମାନଙ୍କରୁ କେତେ ଟଙ୍କାର ଲୁଟ ହୋଇଛି ତାହା ଜଣାପଡି ନାହିଁ । ସେହିପରି ଝାରବେଡା ସ୍ଥିତ ଜନସେବା କେନ୍ଦ୍ରର ତାଲା ଭାଙ୍ଗି ୨୫ ହଜାର ଟଙ୍କା, ଲାପଟପ, କମ୍ପ୍ୟୁଟର ଓ ଆସବାପତ୍ର ଲୁଟି ନେଇ ଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।