ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠାରୁ ଆରମ୍ଭ ହେଉଛି ବିକ୍ସ ଶିଖର ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବ୍ରାଜିଲ ଅଭିମୁଖେ ଯାତ୍ରା କରିଛନ୍ତି । ବ୍ରାଜିଲର ରାଜଧାନୀ ବ୍ରାସିଲିୟାରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋକସ ଆତଙ୍କବାଦ ବିରୋଧୀ ସହଯୋଗ ବଢାଇବା ଉପରେ ରହିବ ।
ଏନେଇ ମୋଦି କହିଛନ୍ତି,ବ୍ରିକ୍ସ ଶିଖର ସମ୍ମିଳନୀ ଦୁନିଆର ପାଞ୍ଚଟି ଅର୍ଥବ୍ୟବସ୍ଥା ମଧ୍ୟରେ ଡିଜିଟାଲ ଅର୍ଥବ୍ୟବସ୍ଥା, ବିଜ୍ଞାନ ଏବଂ ପ୍ରଦ୍ଦୋଗିକ କ୍ଷେତ୍ରରେ ସମ୍ବନ୍ଧକୁ ମଜବୁତ କରିବା ଉପରେ କେନ୍ଦ୍ରିତ ହେବ । ଏହାସହିତ ଆତଙ୍କବାଦ ବିରୋଧରେ ବିକ୍ସ ଦେଶ ମଧ୍ୟରେ ସହଯୋଗ ବଢାଇବା ପାଇଁ ତନ୍ତ୍ର ବିକସିତ କରିବା ଉପରେ ଫୋକସ ରହିବ ।
ଏହାପୂର୍ବରୁ ମୋଦି କହିଥିଲେ,ଶିଖର ସମ୍ମିଳନୀର ଥିମ୍ ‘ନବୋନ୍ମେଷି ଭବିଷ୍ୟ ପାଇଁ ଆର୍ଥିକ ବୃଦ୍ଧି’ଅଟେ । ମୁଁ ଅନ୍ୟ ବ୍ରିକ୍ସ ନେତାଙ୍କ ସହିତ ଅନେକ ବିଷୟ ଉପରେ ବ୍ୟାପକ ସହଯୋଗ ସମ୍ବନ୍ଧରେ ଚର୍ଚ୍ଚାକୁ ନେଇ ଆଶାବାଦୀ । ଆମ କାରୋବାର ଏବଂ ଉଦ୍ଦ୍ୟୋଗ ଜଗତ ଇଂଟ୍ରା-ବ୍ରିକ୍ସ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ।