ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରମାର ଦକ୍ଷୀଣ ଧ୍ରୁବରେ ଲ୍ୟାଣ୍ଡ କରିବାରେ ପ୍ରଥମ ଥର ସେପ୍ଟମ୍ବର ୨୦୧୯ରେ ଅସଫଳ ହୋଇଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) । ଏବେ ପୁଣି ଥରେ ଚନ୍ଦ୍ରଯାନ ୩ ପାଇଁ ପ୍ରସ୍ତୁତି କରିପାରେ ଇସ୍ରୋ । ସୂତ୍ର ଅନୁଯାୟୀ ଚନ୍ଦ୍ରଯାନ ୩ ପାଇଁ ୨୦୨୦ ପର୍ଯ୍ୟନ୍ତ ସମୟ ସୀମା ନିର୍ଦ୍ଧାରିତ କରାଯାଇଛି ।
ଏଥିପାଇଁ ଇସ୍ରୋ ତାର ପ୍ୟାନେଲ ସହିତ ସମସ୍ତ ସମିତିକୁ ନେଇ ଅକ୍ଟୋବରଠାରୁ ନେଇ ଏପର୍ଯ୍ୟନ୍ତ ତିନୋଟି ଉଚ୍ଚସ୍ତରୀୟ ବୈଠକ କରିସାରିଛି । ଏହି ନୂତନ ମିଶନରେ କେବଳ ଲ୍ୟାଣ୍ଡର ଏବଂ ରୋଭର ହିଁ ସାମିଲ ରହିବେ କାରଣ ଚନ୍ଦ୍ରଯାନ ୨ ର ଅର୍ବିଟର ସଠିକ୍ ଭାବେ କାର୍ଯ୍ୟ କରୁଛି । ଏନେଇ ମଙ୍ଗଳବାର ଦିନ ସମୀକ୍ଷା କମିଟିର ବୈଠକ ହୋଇଛି । ଯେଉଁଥିରେ ବିଭିନ୍ନ ସମିତିର ସୁପାରିଶ ଉପରେ ଚର୍ଚ୍ଚା କରାଯାଇଛି । ସେପଟେ ସମିତି ପକ୍ଷରୁ ସଂଚାଳନ ଶକ୍ତି, ସେଂସର, ଇଞ୍ଜିନିୟରିଂ ଏବଂ ନେଭିଗେସନ କୁ ନେଇ ପ୍ରସ୍ତାବ ଦିଆଯାଇଛି ।
ଏନେଇ ଜଣେ ବୈଜ୍ଞାନିକ କହିଛନ୍ତି, ଦୃତ ଗତିରେ କାମ ଚାଲିଛି । ଇସ୍ରୋ ପକ୍ଷରୁ ଏପର୍ଯ୍ୟନ୍ତ ୧୦ ମହତ୍ୱପୂର୍ଣ୍ଣ ବିନ୍ଦୁର ବ୍ଲୁପ୍ରିଣ୍ଟ ଟଣା ସରିଲାଣି । ଯେଉଁଥିରେ ଲ୍ୟାଣ୍ଡିଂ ସାଇଟ୍, ନେଭିଗେସନ ଏବଂ ଲୋକାଲ ନେଭିଗେସନ ସାମିଲ ରହିଛି ।
ରପୋର୍ଟ ମୁତାବକ, ଅକ୍ଟୋବର ୫ ରେ ଏକ ଆଧିକାରିକ ନୋଟିସ୍ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି କି , ଏହା ଜରୁରୀ ଅଟେ କି ଚନ୍ଦ୍ରଯାନ ୨ ର ବିଶେଷଜ୍ଞ ସମିତି ଦ୍ୱାରା ଲ୍ୟାଣ୍ଡର ସିଷ୍ଟମକୁ ଅଧିକ ଭଲ ଭାବେ ବନେଇବା ଲାଗି ସୁପାରିଶ ଉପରେ ଧ୍ୟାନ ଦିଆଯିବ । ଯେଉଁ ସୁପାରିଶକୁ ଚନ୍ଦ୍ରଯାନ ୨ ର ଆଡଭାନ୍ସ ଫ୍ଲାଇଟ ପ୍ରିପରେଶନ ଯୋଗୁଁ ଲାଗୁ କରା ଯାଇନଥିଲା ।