ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହ , ପ୍ରେମ , ଭଲପାଇବା ର ପ୍ରତୀକ ଭାବେ ରାକ୍ଷୀ ପୁର୍ଣ୍ଣିମା ବେଶ ଜଣାଶୁଣା । ଭାଇର ଭଉଣୀ ପ୍ରତି ସ୍ନେହ ଆଉ ଭଉଣୀର ଭାଇ ପ୍ରତି ଭଲପାଇବାକୁ ନେଇ ରାକ୍ଷୀର ଜନ୍ମ । ତେବେ ଆସନ୍ତା କାଲି ସାରା ଦେଶ ଅତି ଧୁମଧାମରେ ପାଳିବ ରକ୍ଷାବନ୍ଧନ ଉତ୍ସବ । ସେଥିପାଇଁ ଉତ୍ସବମୂଖର ହୋଇ ଉଠିଲାଣି ସାରା ଦେଶ । ଛକ ଛକ ମାନଙ୍କରେ ଖୋଲିଛି ରାକ୍ଷୀର ପସରା । ଭିନ୍ନ ଭିନ୍ନ ଡିଜାଇନର ରାକ୍ଷୀ ଏବେ ଯୁବପୀଢି ମାନଙ୍କ ମଧ୍ୟରେ ଆଦୃତ ଲାଭ କରୁଛି । ଟିକେ ନିଆରା , ଭିନ୍ନ ଶୈ÷ଳୀରେ ତିଆରି ରାକ୍ଷୀ ଏବେ ସମସ୍ଥଙ୍କର ନଜରରେ ରହିଛି । ତେବେ ରାକ୍ଷୀରେ ଯଦି ଆପଣଙ୍କ ପାସନ୍ଦର ସେଲିବ୍ରିଟି , ରାଜନେତା କିମ୍ବା ଅଭିନେତା ଙ୍କ ଫୋଟୋ ଲାଗିଥାଏ ତାହେଲେ ଏହା ଆପଣଙ୍କୁ ଆକର୍ଷିତ କରିବ ନିଶ୍ଚୟ ।
ରାକ୍ଷୀରେ ମୋଦି , ଯୋଗୀ ଆଦିତ୍ୟନାଥ ଙ୍କ ଫୋଟୋ । ଏଭଳି ଖବର ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚିତ । ହଁ ରାକ୍ଷୀରେ ମୋଦିଙ୍କ ମୁଖ । ଗୁଜୁରାଟର ଏକ ସହରରେ କିଛି ଏଭଳି ଦେଖାଯାଇଛି । ଗୁଜୁରାଟ ର ଏକ ସୁନା ବ୍ୟବସାୟୀ ନିଜ ଦୋକାନନରେ ମୋଦିଙ୍କ ମୁଖ ଥିବା ସୁନାର ରାକ୍ଷୀ ତିଆରି କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ସେ ତିଆରି କରିଥିବା ରାକ୍ଷୀ ଗୁଡ଼ିକ ଉପରେ ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଲାଗିଛି । କିଛି ରାକ୍ଷୀରେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ଫଟୋ ମଧ୍ୟ ଲାଗିଛି । ତେବେ ଏହି ସବୁ ରାକ୍ଷୀ ୨୨ କ୍ୟାରେଟ ସୁନା ତିଆରି ହୋଇଥିବା ଜଣା ପଡିଛି । ଉକ୍ତ ବ୍ୟବସାୟୀ ଜଣକ ପାଖାପାଖି ୫୦ ଟି ରାକ୍ଷୀ ତିଆରି କରିଥିବା ଜଣା ପଡିଛି । ତେବେ ସେହି ରାକ୍ଷୀ କୁ କିଣିବା ଲାଗି ତାଙ୍କ ଦୋକାନରେ ପ୍ରବଳ ଭିଡ ମଧ୍ୟ ଦେଖାଯାଇଛି । ରାକ୍ଷୀ ର ମୁଲ୍ୟ ୫୦୦୦୦ ରୁ ୭୦୦୦୦ ରହିଥିବା ଜଣା ପଡିଛି । ଏବେ ଯାଏ ୪୭ ଟି ରାକ୍ଷୀ ବିକ୍ରି ମଧ୍ୟ ସରିଛି । ସ୍ଥାନୀୟ ଅଞ୍ଚଳର ବହୁ ଯୁବତୀ ମଧ୍ୟ ଏହି ରାକ୍ଷୀ କିଣିବା ଲାଗି ସେଠାରେ ଭିଡ ଜମାଇଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024