ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ମୋ କୁଶପୁତଳିକା ଯେତେ ଜାଳୁଛ ଜାଳ । ତା ଉପରକୁ ଚପଲ ଫିଙ୍ଗ ସେଥିରେ ଦୁଃଖ ନାହିଁ । ହେଲେ ଦେଶର ସମ୍ପତ୍ତି ନଷ୍ଟ କରନାହିଁ । ଆଜି ରାମଲୀଲା ମୈଦାନରେ ଏକ ବିଶାଳ ଧନ୍ୟବାଦ ରାଲିରେ ଯୋଗ ଦେଇ ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ନାଗରିକ ସଂଶୋଧନ ଆଇନ ମୁସଲମାନ ମାନଙ୍କ ପାଇଁ ନୁହେଁ । ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତ୍ୱ । ମୁଁ କୌଣସି ଯୋଜନା ପାଇଁ କହାର ଧର୍ମ ପଚାରି କରେ ନାହିଁ ।
ସୂଚନାଯୋଗ୍ୟ ଦିଲ୍ଲୀରେ ପ୍ରଥମ ଥର ପାଇଁ ମୋଦି ଅଣନିର୍ବାଚନ ରାଲି କରୁଛନ୍ତି । ଏନେଇ ମୋଦିଙ୍କ ସୁରକ୍ଷା କଡାକଡି କରାଯାଇଛି । ମୈଦାନର ବାହାରେ ଓ ଭିତରେ ୫୦୦୦ ପୋଲିସ ମୁତୟନ କରାଯାଇଛି । ସ୍ପେସାଲ ପ୍ରୋଟେକ୍ସନ ଗ୍ରୁପ ଏବଂ ଦିଲ୍ଲୀ ପୁଲିସର ବିଭିନ୍ନ ଅଧିକାରୀଙ୍କୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବଳୟ କରାଯାଇଛି ।