ବାଲେଶ୍ୱର ( ଏଟିଆର ବ୍ୟୁରୋ): ବିଷାକ୍ତ ଗ୍ୟାସ ଲିକ ଘଟଣାରେ ଏବେ ଉକ୍ତ ଚିଙ୍ଗୁଡି ଫ୍ୟାକ୍ଟ୍ରିକୁ ସିଜ କରାଯାଇଛି । ସୂଚନାଯୋଗ୍ୟ ଗତକାଲି ବାଲେଶ୍ୱର ଜିଲ୍ଲା ଖନ୍ତପଡା ପଣପଣାରେ ଥିବା ଫାଲକନ କମ୍ପାନୀରେ କ୍ଲୋରିନ ଗ୍ୟାସ ଲିକ ଯୋଗୁ ଗତକାଲି ପାଖାପାଖି ୮ ଜଣ ମହିଳା ଗୁରୁତର ହୋଇ ପଡିଥିଲେ । ଗତକାଲି ରାତିରେ ଏହି ଘଟଣା ଘଟିଥିଲା । ଆହତ ମାନଙ୍କୁ ଆଣି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ।
ଏବେ ସେଠାରେ ସମସ୍ତଙ୍କ ଅବସ୍ଥା ଙଳ ରହିଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ କମ୍ପାନୀ ବିରୋଧରେ ଥାନାରେ ମାମଲା ରଜୁ ହୋଇଥିଲା । ଯାହାର ଖୋଳ ତାଡ ଏବେ ପୋଲିସ ଆରମ୍ଭ କରି ଦେଇଛି । ଘଟଣାକୁ ନେଇ କମ୍ପାନୀର ୬ ଜଣ ସୁପରଭାଇଜରଙ୍କୁ ପୋଲିସ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିବା ନେଇ ମଧ୍ୟ ଟ୍ୱିଟ୍ ଯୋଗେ ଡିଜିପି ସୂଚନା ଦେଇଛନ୍ତି।