ନୂଆପଡା (ଏଟିଆର ବ୍ୟୁରୋ): ନୂଆପଡା ଜିଲ୍ଲାର ସିନାପାଲି ଅଞ୍ଚଳରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ସେଠାକାର ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ମିଳିଥିବା ସୂଚନା ମୁତାବକ ନୂଆପଡା ଜିଲ୍ଲାର ସିନାପାଲି ଅଞ୍ଚଳକୁ ଏନଏସି ମାନ୍ୟତା ପ୍ରଦାନ କରିବା ପାଇଁ କେବେଠାରୁ ଦାବୀ ହୋଇଆସୁଥିଲା । ହେଲେ ଏହି ଦାବୀକୁ କେହି ଧ୍ୟାନ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ଦିନକୁ ଦିନ ତୀବ୍ର ହେବାକୁ ଲାଗିଥିଲା ।
ତେଣୁ ସଚେତନ ନାଗରିକ ମଞ୍ଚର ବହୁ ଯୁବ ସଂଗଠନ ସିନାପାଲି ବନ୍ଦ ଡାକରା ଦେଇଛନ୍ତି । ଆଜି ଟୋଲଗେଟକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବୀରେ ୧୨ଘଣ୍ଟିଆ ବ୍ରଜରାଜନଗର ବନ୍ଦ ଡାକରା ଦିଆଯାଇଛି । ସହରର ନୂଆଡିହିଠାରେ ଥିବା ଟୋଲଗେଟକୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ଦାବି କରାଯାଇଛି । ଏହି ଡାକରା ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ଗୋଟିଏ ପ୍ରକାରର ବନ୍ଦ ରହିଛି । ବନ୍ଦର ପ୍ରଭାବରେ ସ୍କୁଲ କଲେଜ ବନ୍ଦ ରହିଥିବାର ସୂଚନା ମିଳିଛି ।