ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ କଲେଜ ଗୁଡିକରେ ଛାତ୍ରଛତ୍ରୀଙ୍କ ଉପସ୍ଥାପନ ସଂଖ୍ୟା କମିବାରେ ଲାଗିଛି । ପିଲାମାନେ କେବଳ ପରୀକ୍ଷା ଦେବା ସମୟରେ ହିଁ କଲେଜକୁ ଆସୁଥିବା ଦେଖିବାକୁ ମିଳିଥାଏ । ପ୍ରତ୍ୟେକ କଲେଜ ଗୁଡିକରେ ୭୫ପ୍ରତିଶତ ଉପସ୍ଥାପନ ଥିବା ଛାତ୍ରଛାତ୍ରୀମାନେ ହିଁ ପରୀକ୍ଷାରେ ବସିବାର ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହାକୁ ଖାତିରି ନକରି ଛାତ୍ରଛାତ୍ରୀମାନେ ଶ୍ରେଣୀରେ ଅନୁପସ୍ଥିତ ରହୁଥିଲେ । ହେଲେ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଯାହାଫଳରେ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟରେ ଥିବା ସମସ୍ତ କଲେଜର ଛାତ୍ରଛାତ୍ରୀଙ୍କ ଉପସ୍ଥାପନାକୁ ଦେଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହିଭଳି କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି ।
ଯେଉଁ ଛାତ୍ରଛାତ୍ରୀ ୭୫ପ୍ରତିଶତ ଉପସ୍ଥାନ ସହ ପ୍ରିଟେଷ୍ଟ ଓ ଟେଷ୍ଟ ପରୀକ୍ଷା ଦେଇ ନଥିବେ ସେମାନେ ପରୀକ୍ଷା ପାଇଁ ଫର୍ମ ପୂରଣ ଲାଗି ସୁଯୋଗ ଦିଆଯିବ ନାହିଁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦେଇଥିବା ଦିର୍ଦ୍ଦେଶକୁ କଲେଜ କର୍ତୃପକ୍ଷ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ଯେଉଁ ଛାତ୍ରଛାତ୍ରୀଙ୍କ ୭୫ପ୍ରତିଶତ ଉସ୍ଥାପନା ନାହିଁ ସେମାନଙ୍କୁ ଫର୍ମ ପୂରଣ ଲାଗି ସୁଯୋଗ ଦିଆଯାଉନାହିଁ । କିନ୍ତୁ କେତେକ କଲେଜରେ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ସର୍ତ୍ତମୂଳକ ଫର୍ମ ପୂରଣ କରିବାକୁ ସୁଯୋଗ ପ୍ରଦାନ କରିଛନ୍ତି । ଯେଉଁ ପିଲାମାନଙ୍କର ଉପସ୍ଥାନ ସାମାନ୍ୟ କମ ରହିଛି ସେମାନେ ଡିସେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା କ୍ଲାସ କରି କମି ଯାଇଥିବା ଉପସ୍ଥାନକୁ ଭରଣା କରିବେ ବୋଲି ଏକ ଲିଖିତ ଆକାରରେ କଲେଜକୁ ଜଣାଇଲେ ସେମାନଙ୍କୁ ଫର୍ମ ପୂରଣ କରିବାର ସୁଯୋଗ ଦିଆଯିବ । ଗୋଟଏ ପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆ ଯାଇଥିବା ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଥିବା ବେଳେ ଅନ୍ୟ ପଟେ କିଛି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନଯେଗ୍ୟେ ୧୬ ତାରିଖରେ ବିନା ଜରିମାନାରେ ଯୁକ୍ତ୨ ପରୀକ୍ଷା ପାଇଁ ଫର୍ମପୂରଣ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ୨୩ ତାରିଖ ମଧ୍ୟରେ ଜରିମାନା ଦେଇ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।