ମହାରାଷ୍ଟ୍ର ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ଚାଲିଥିବା ମହାନାଟକରେ ଏବେ ପୁଣି ଏକ ବୟାନ ଆସିଛି । କଂଗ୍ରେସ , ଏନସିପି ଓ ଶିବସେନା ମେଣ୍ଟରେ ସରକାର ହେଲେ ୬ ମାସ ବି ଠିକରେ ଚାଲିବ ନାହିଁ । ଏମିତି ଏକ ବୟାନ ଦେଇଛନ୍ତି ବିଜେପି ବିଧାୟକଙ୍କ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏହା କହିଛନ୍ତି। ସେ କହିଛନ୍ତି ଯେ ଯଦି ଏହି ସରକାର ଗଠନ ହୁଏ ତେବେ ୬ ମାସରୁ ଅଧିକ ସମୟ ଧରି ସରକାର ଚାଲିପାରିବ ନାହିଁ ।
ସୂଚନାଯୋଗ୍ୟ କୌଣସି ଦଳ ସରକାର ଗଢି ନ ପାରିବାରୁ ଏବେ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ମାତ୍ର ଏବେ ଏହାରି ଭିତରେ ତିନି ଦଳ ମିଶି ସରକାର ଗଢ଼ିବେ ବୋଲି ମିଳିତ ପ୍ରେସ କନଫରେନସ ଜରିଆରେ ତିନି ଦଳ ସୂଚନା ଦେଇଛନ୍ତି। ବିଜେପି ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବ ନାହିଁ ବୋଲି ମନା କରିବେ କିଏ ସରକାର ଗଢିବ ତାକୁ ନେଇ ବିବାଦ ଦେଖା ଦେଇଥିଲା । ପରେ ତିନି ପ୍ରମୁଖ ଦଳକୁ ସରକାର ଗଢିବା ପାଇଁ ନିମନ୍ତ୍ରଣ କରିଥିଲେ ରାଜ୍ୟପାଳ । ମାତ୍ର ନିଦ୍ଦିଷ୍ଟ ସମୟ ମଧ୍ୟରେ କେହି ସରକାର ଗଢିବାକୁ ସକ୍ଷମ ହୋଇ ନଥିଲେ । ଯାହା ଫଳରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।