ମୁମ୍ବାଇ (ଏଟିଆର ବ୍ୟୁରୋ): କରୋନା ମହାମାରୀ ପାଇଁ ଦେଶ ସ୍ଥିତି ଦିନକୁ ଦିନ ଅସ୍ଥିର ହେବାରେ ଲାଗିଛି । ତେବେ ଚଳିତବର୍ଷ ଆୟୋଜିତ ହେବାକୁ ଥିବା ଆଇପିଏଲ ମ୍ୟାଚ କରୋନା ପାଇଁ ଡେରିରେ ଆୟୋଜନ କରାଯାଉଛି । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଚଳିତ ବର୍ଷ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ୟ୍ୟନ୍ତ ଆଇପିଏଲ ଅନୁଷ୍ଠିତ ହେବ ।
୨୦୨୦ ଆଇପିଏଲ ପାଇଁ ଚଳିତ ବର୍ଷ ନୂଆ ଆୟୋଜକ ଘୋଷଣା କରାଯାଇଛି । ଭାରତ ଓ ଚୀନ ମଧ୍ୟରେ ସଂପର୍କ ଏବେ ଭଲ ନଥିବାରୁ ଭିଭୋକୁ ମୁଖ୍ୟ ଆୟୋଜକ ପଦରୁ ହଟାଇ ଦିଆଯାଇଛି । ଭିଭୋ ପରିବର୍ତ୍ତେ ଚଳିତ ବର୍ଷ ଡ୍ରିମ ୧୧କୁ ଆଇପିଏଲର ଟାଇଟଲ ପ୍ରାଯୋଜକ ଭାବେ ସ୍ଥିର କରାଯାଇଛି । ଡ୍ରିମ୍ ୧୧ ଆଇପିଏଲ୍ ୨୦୨୦ ସିଜିନ ପାଇଁ ପ୍ରାୟ ୨୫୦ କୋଟିରେ ପ୍ରାୟୋଜକ ଅଧିକାର କ୍ରୟ କରିଛି । ଅନ୍ୟପଟେ ଏହି ବିଡ ଭିଭୋର ବାର୍ଷିକ ୪୪୦ କୋଟି ଟଙ୍କା ଠାରୁ ୧୯୦ କୋଟି କମ ଅଟେ ।
ତେବେ ଟାଟା ଗ୍ରୁପ ମଧ୍ୟ ଟାଇଟଲ ପ୍ରାୟୋଜକ ଅଧିକାର ଦୌଡ଼ରେ ସାମିଲ ଥିଲା । ଏହାସହ ଆଇପିଏଲର ଟାଇଟଲ ପ୍ରଯୋଜକ ଦୌଡ଼ରେ ଅନଏକାଡେମୀ, ଟାଟା ଏବଂ ବାଇଜୁ ସାମିଲ ହୋଇଥିଲେ । ଅନଏକାଡେମୀ ୨୧୦ କୋଟିର ବିଡ ଦାଖଲ କରିଥିବା ବେଳେ ଟାଟା କମ୍ପାନୀ ପକ୍ଷରୁ ୧୮୦ କୋଟି ଟଙ୍କା ବିଡ ଦାଖଲ କରାଯାଇଥିଲା ଏବଂ ବାଇଜୁ ୧୨୫ କୋଟି ଟଙ୍କାର ବିଡ ଦାଖଲ କରିଥିଲା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024