ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଜେଡି ତାର ସଂଗଠନ ସଦସ୍ୟ ବଢାଇବା ସହ, ସଂଗଠନକୁ ସୁଦୃଢ କରିବା ପାଇଁ ଦଳରେ ନୂତନ ପଦବୀ ସୃଷ୍ଟି କରିଛି । ସାଧାରଣ ସମ୍ପାଦକ ସଂଗଠନ ଭାବେ ବିଧାୟକ ପ୍ରଣବ ପ୍ରକାଶ ଦାସ ନିଯୁକ୍ତି ପାଇଥିବା ବେଳେ ସଞ୍ଜୟ ଦାସବର୍ମାଙ୍କୁ ଦଳର ମୁଖ୍ୟାଳୟର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।
ସେହିଭଳି ଆଳିର ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଦଳର ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ମିଳିଛି । ପ୍ରଥମଥର ପାଇଁ ବିଜେଡିରେ ଏହି ପଦବୀ ସ୍ଥାନ ପାଇଥିବା ବେଳେ ଭାରତୀୟ ଜନତା ପାର୍ଟିରେ ପୂର୍ବରୁ ଏହି ପଦବୀ ରହିଛି ।