ରାୟଗଡ଼ା,(ଏଟିଆରବ୍ୟୁରୋ): ଘରୋଇ କଳି କେତେ ଯେ ଭୟଙ୍କର ରୂପ ନେଇପାରେ ତା’ର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି ରାୟଗଡ଼ାରେ । ସାମାନ୍ୟ ଝଗଡ଼ାକୁ ନେଇ ଦାଦାକୁ ପିଟି ପିଟି ହତ୍ୟା କରିଛନ୍ତି ଦୁଇ ପୁତୁରା । ଘଟଣାଟି ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ମୃତ ବ୍ୟକ୍ତିଙ୍କ ନାଁ କାତରା ସିକକା । ପୁଲିସ ମୃତଦେହକୁୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିବା ବେଳେ ଘଟଣାରେ ଜଡିତ ୨ହତ୍ୟାକାରୀ ପୁତୁରା ଟଣିଆ ଓ ଲୁକେକୁ ପୁଲିସ ଗିରଫ କରିଛି । ରିପୋର୍ଟ ଅନୁସାରେ, କିଛିଦିନ ହେବ ଘରୋଇ କଳହକୁ ନେଇ ସବୁବେଳେ ଦାଦା ଓ ପୁ୍ତୁରାଙ୍କ ମଧ୍ୟରେ ତୁତୁମେଁମେଁ ଲାଗି ରହୁଥିଲା ।
ଯାହା ଶେଷରେ ଉଗ୍ର ରୂପ ନେଇଛି । ହିତାହିତ ଜ୍ଞାନ ଭୁଲି ଦୁଇ ପୁତୁରା ଶେଷରେ ଦାଦାକୁ କାଠ ଫାଳିଆରେ ପିଟି ହତ୍ୟା କରିଛନ୍ତି ।