କେନ୍ଦୁଝର (ଏଟିଆର ବ୍ୟୁରୋ): ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ । କେନ୍ଦୁଝର ଜିଲ୍ଲା ପର୍ଶଳା ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ଘଟିଛି । ଏହି ଦୁର୍ଘଟଣାରେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସଂସ୍କାର ନାମକ ଏକ ଘରୋଇ ବସ୍ ଟି ଯାତ୍ରୀଙ୍କୁ କୋଇଡାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଏବଂ ହେଲପର୍ ଦୁହେଁ ବସ୍ ଛାଡି ଭୟରେ କୁଆଡେ ଫେରାର ହୋଇଯାଇଥିଲେ । ଏହାକୁ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଫୋନ୍ କରିଥିଲେ ଏବଂ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।