ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ବର୍ଷ ପବିତ୍ର ଦଶହରା ଅବସରରେ ଦର୍ଶକମାନଙ୍କ ପାଇଁ ଦୁଇ ଦୁଇଟି ଭେଟି ନେଇ ଆସିଛି ତରଙ୍ଗ ସିନେ ପ୍ରଡକ୍ସନ । ଆଜି ପରଦାରେ ମୁକ୍ତି ଲାଭ କରିଛି ଫିଲ୍ମ ‘ପ୍ରେମ୍ କୁମାର’ ଓ ‘ଶ୍ରୀମାନ ସୁରଦାସ’ । ଲଭ୍, କମେଡି ଏବଂ ଆକ୍ସନ ଭରା ଏହି ଦୁଇଟି ଫିଲ୍ମ ଦର୍ଶକ ଉପଭୋଗ କରିବେ ବୋଲି ଆଶା ରହିଛି ।
ଫିଲ୍ମ ‘ପ୍ରେମ୍ କୁମାର’ ରଜ ଅବସରରେ ଆସିବାକୁ ଥିବା ବେଳେ ଫିଲ୍ମ ‘ଶ୍ରୀମାନ ସୁରଦାସ’ ଗତ ଅକ୍ଟୋବର ୧୪ ତାରିଖରେ ପରଦାରେ ମୁକ୍ତିଲାଭି କରିବାର ଥିଲା । କିନ୍ତୁ କୌଣସି କାରଣ ବସତଃ ଦୁଇଟି ଫିଲ୍ମର ସ୍ଥିର କରାଯାଇଥିବା ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇ, ଆଜି ପରଦାରେ ମୁକ୍ତିଲାଭ କରାଯାଇଛି ।
ତାପସ ସରଘରିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ପ୍ରେମ୍ କୁମାର’ ରେ ମୁଖ୍ୟ ଚରିତ୍ରରେ ଅନୁଭବ ମହାନ୍ତି ଏବଂ ତାଙ୍କ ବିପକ୍ଷରେ ଦୁଇଟି ନାୟିକା ତଥା ସିବାନୀ ଏବଂ ତମନ୍ନା ନଜର ଆସିବେ । ସେହିଭଳି ଫିଲ୍ମ ‘ଶ୍ରୀମାନ ସୁରଦାସ’ରେ ବାବୁସାନ ମହାନ୍ତି, ଭୂମିକା ଦାସ,ମିହିର୍ ଦାସ, ଅପରାଜିତା ମହାନ୍ତି ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଶୋକ ପତି ।