ବରଗଡ(ଏଟିଆର ବ୍ୟୁରୋ): ର୍ଦୁନୀତି କୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ହେଲେ କୌଣସି ସୁଫଳ ମିଳୁ ନାହିଁ । ପ୍ରତ୍ୟକ ଦିନ ବଡ ବଡ ସରକାରୀ ବାବୁ ମାନେ ଭିଜିଲାନ୍ସ ହାବୁଡରେ ପଡୁଛନ୍ତି । ତେବେ ଆଜି ପାଳିପଡିଛି ବରଗଡ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଉପରେ । ସୂଚନା ଅନୁସାରେ ଆଜି ସକାଳୁ ବରଗଡ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତଙ୍କ ବରଗଡର ଗଙ୍ଗା ନଗରରେ ଥିବା ଭଡା ଘର ସମେତ ୬ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି ।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୈକୁଣ୍ଠନାଥଙ୍କ ଯାଜପୁରରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା ଘର ଓ ବରଗଡରେ ଥିବା କାର୍ଯ୍ୟଳୟରେ ଚଢାଉ କରାଯାଉଛି । ତେବେ ବୈକୁଣ୍ଠନାଥ ବର୍ତ୍ତମାନ ଯାଜପୁରରେ ଅଛନ୍ତି । ପ୍ରାୟ ଦୁଇ ବର୍ଷ ହେବ ସେ ବରଗଡ ଉଠା ଜଳ ସେଚନ ବିଭାଗର ସହକାରୀ ଯନ୍ତ୍ରୀ ଭାବେ କାମ କରୁଥିବା କଥା ଜଣା ପଡିଛି । ଚଢାଉ ଜାରି ରହି ଥିବା ହେତୁ ବୈକୁଣ୍ଠନାଥଙ୍କ ସମ୍ପତ୍ତିର ଆକଳନ କରାଯାଇ ପାରି ନାହିଁ । ଚଢାଉ ବେଳେ ଅନେକ ଗୁରୁତ୍ୱ ପୁର୍ଣ୍ଣ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ ଟିମ ।