ଇନ୍ଦୋର(ଏଟିଆର ବ୍ୟୁରୋ): ଇନ୍ଦୋର ହୋଲର କ୍ରିକେଟ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟମ୍ୟାଚରେ ଭାରତ ବାଂଲାଦେଶକୁ ୧୩୦ ରନରେ ପରାସ୍ତ କରି ବିଜୟ ଲାଭ କରିଛି । ବାଂଲାଦେଶ ପ୍ରଥମ ଇଂନିସରେ ୧୫୦ ରନ କରି ଅଲଆଉଟ ହୋଇଥିଲା । ଏହା ପରେ ଭାରତ ନିଜର ପ୍ରଥମ ଇଂନିସରେ ୬ ୱିକେଟ ହରାଇ ୪୯୩ ରନ ସଂଗ୍ରହ କରିଥିଲା । ତେବେ ଆଜି ବାଂଲାଦେଶ ଦ୍ୱିତୀୟ ଇଂନିସ ଖେଳିଥିଲା । ଦ୍ୱିତୀୟ ଇଂନିସ ଆରମ୍ଭରୁ ଭାରତୀୟ ବୋଲର ମାନେ ବାଂଲାଦେଶ ଉପରେ ଚାପ ପକାଇବା ଆରମ୍ଭ କରି ଦେଇଥିଲେ ।
ଭାରତୀୟ ବୋଲର ମାନଙ୍କ ବଲ ବାଂଲାଦେଶୀ ବ୍ୟାଟ୍ସମାନ୍ୟ ମାନଙ୍କୁ ଅଧିକ ସମୟ ପଡିଆରେ ରଖିବାକୁ ଦେଇ ନଥିଲେ । ତେବେ ଶେଷରେ ୨୧୩ ରନ କରି ବାଂଲାଦେଶୀ ଟିମ ଅଲଆଉଟ ହୋଇଥିଲା । ତେଣୁ ଭାରତୀୟ ଟିମ ୧୩୦ ରନ ବ୍ୟବଧାନରେ ବାଂଲାଦେଶୀ ଟିମ ଠାରୁ ଜିତି ଶୃଙ୍ଖଳାରେ ୧-୦ ରେ ଆଗୁଆ ରହିଛି । ତେବେ ଭାରତୀୟ ଟିମର ପ୍ରଥମ ଇଂନିସରେ ସବୁଠାରୁ ରେମାଞ୍ଚକର ବ୍ୟାଟିଙ୍ଗି କରିଥିଲେ ମୟଙ୍କ ଅଗ୍ରୱାଲ । ମୟଙ୍କ ୩୩୦ ବଲ ଖେଳି ୨୪୩ ରନ ସଂଗ୍ରହ କରିଥିଲେ । ସେହି ଭଳି ଆଜିର ଇଂନିସରେ ଭାରତ ପକ୍ଷରୁ ମହମ୍ମଦ ସାମୀ ୪ଟି,ଆର. ଅଶ୍ୱିନ ୩ଟି, ଉମେଶ ଯାଦବ ୨ଟି ଓ ଇସାନ୍ତ ଶର୍ମା ୧ଟି ୱିକେଟ ନେଇଥିଲେ ।