ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି କ୍ରିକେଟ ମହାକୁମ୍ଭ । ଆଜି ଦକ୍ଷୀଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ପୂର୍ବରୁ ସେମି ଫାଇନାଲରେ ସାଉଥ ଆଫ୍ରିକା ପ୍ରବେଶ କରି ସାରିଥିବା ବେଳେ ସେମିଫାଇନାଲରେ ପ୍ରବେଶ ପାଇଁ ଆଫଗାନିସ୍ତାନକୁ ଏକ ବଡ ଚମକ୍ରାର କରିବାକୁ ପଡିବ ।
ଏଥର ବିଶ୍ୱକପରେ ଦକ୍ଷୀଣ ଆଫ୍ରିକା ଦମଦାର୍ ପ୍ରଦର୍ଶନ କରି ଆତଙ୍କ ଖେଳାଇଛି । ଆଜି ମ୍ୟାଚ୍ ରେ ବି ଆଫଗାନିସ୍ତାନ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରିବାକୁ ପ୍ରସ୍ତୁତ ରହିଛି ଦଳ ।