ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ରହିଛି । ଭଗବାନଙ୍କ ଉପରେ ଭକ୍ତଙ୍କ ଏତେ ଭରଷା ରହିଛି ଯେ ସେ ତାଙ୍କର ସମସ୍ତ ଦୁଃଖ ଯନ୍ତ୍ରଣାକୁ ଭଗବାନଙ୍କ ସାମ୍ନାରେ ରଖିଥାନ୍ତି । ଏହାସହିତ ଭକ୍ତଟି ଶ୍ରଦ୍ଧା ମନରେ ଭଗବାନଙ୍କ ପୂଜା କରିବା ସହ ପ୍ରସାଦ ଚଢାଇ ଥାଏ । କିନ୍ତୁ ଆପଣମାନେ କେବେ ଶୁଣିଛନ୍ତି କି ଭଗବାନଙ୍କୁ ପ୍ରସାଦରେ ଫଳ , ମିଠା ସହିତ ଝାଡୁ ବି ଚଢାଯାଏ । ଆଜ୍ଞା ହଁ ଭାରତରେ ଏଭଳି ଏକ ମନ୍ଦିର ରହିଛି । ଯେଉଁଠି ପ୍ରସାଦରେ ଖୀର ସହିତ ଝାଡୁ ଚଢାଇବାର ପ୍ରଥା ରହିଛି । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ।
ଆଗ୍ରା ଏବଂ ମୁରାଦାବାଦ ମଧ୍ୟରେ ସଦତ୍ୱଦୀ ନାମକ ଏକ ଛୋଟିଆ ଗାଁରେ ପାତାଳେଶ୍ୱର ମନ୍ଦିର ଅବସ୍ଥିତ । ଭଗବାନ ଶିବଙ୍କର ଏହି ମନ୍ଦିରରେ ଏକ ଭିନ୍ନ ପରମ୍ପରା ରହିଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ମନ୍ଦିରରେ ଭଗବାନଙ୍କ ଶିବଙ୍କଠାରେ ଝାଡୁ ଚଢା ଯାଇଥାଏ । ଲୋକଙ୍କ ବିଶ୍ୱାସ ରହିଛି କି ଏହି ମନ୍ଦିରରେ ଯେଉଁ ଭକ୍ତ ଭଗବାନ ଶିବଙ୍କଠାରେ ଝାଡୁ ଚଢାଇଥାଏ ତାର କୌଣସି ପ୍ରକାରର ତ୍ୱଚା ସମ୍ବନ୍ଧୀୟ ରୋଗ ହୁଏ ନାହିଁ । କେବଳ ଏତିକି ନୁହେଁ ଏହି ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ଏହି ମନ୍ଦିରରେ ସୋମବାର ଦିନ ପ୍ରବଳ ଭିଡ ଲାଗିଥାଏ । କୁହାଯାଉଛି ମନ୍ଦିରଟି ହାରା ହାରି ୧୫୦ ତଳର । ସେହିପରି ଭଗବାନଙ୍କଠାରେ ଝାଡୁ ଲାଗି ହେବାର ପରମ୍ପରା ବି ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି ।