ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ଭାରତ ଉପରକୁ ପ୍ରତ୍ୟେକ ସମୟରେ ଶତ୍ରୁମାନେ ଆକ୍ରମଣ କରି ଭାରତ ମଧ୍ୟରେ ଆତଙ୍କ ରାଜ ଖେଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ସେନା ଓ ତାଙ୍କ ପାଖରେ ଥିବା ଅତ୍ୟାଧୁନିକ ଅସ୍ତ୍ର ସାମ୍ନାରେ ଶତ୍ରୁ ପକ୍ଷଙ୍କୁ ହାରର ସାମନା କରିବାକୁ ପଡିଥାଏ । ଭାରତ ସରକାର ବିଭିନ୍ନ ଦେଶ ସହ ଅନେକ ରାଜିନାମା ସ୍ୱାକ୍ଷାର କରି ଭାରତକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ର ଆଣିଥାନ୍ତି । ଏବେ ପୁଣି ଭାରତ ଆମେରିକାଠାରୁ ଜଳସେନା ତୋପ କିଣିବାକୁ ଯାଉଛି । ଯାହାର ମୂଲ୍ୟ ୧ ବିଲିୟନ ଅର୍ଥାତ ୭୧୦୦କୋଟି ଟଙ୍କା ହେବ ବୋଲି କୁହାଯାଉଛି ।
ଏହି ତୋପ ଆସିବା ଫଳରେ ଏହା ଭାରତୀୟ ନୌସେନାର ଅଧିକ ଶକ୍ତିଶାଳୀ କରିବ । ଏହି ତୋପଟି ଯୁଦ୍ଧ ଜାହାଜ, ଆଣ୍ଟିଏୟାରକ୍ରାଫ୍ଟ ଓ ଜାହଜରେ ମୁତୟନ କରାଯିବ ଏବଂ ତୋପଗୁଡିକ ବିମାନ ବିରୋଧ ଓ ଉପକୂଳରେ ବିସ୍ଫୋରଣ ପାଇଁ ବ୍ୟବହାର କରାଯିବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ତୋପକୁ ବିକ୍ରି କରିବାକୁ ମଂଜୁରୀ ପ୍ରଦାନ କରିଛନ୍ତି । ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି , ଭାରତକୁ ଏମସଡି ୪ ନୌସେନା ତୋପ ବିକ୍ରି କରାଯିବ । ଅନ୍ୟ ପକ୍ଷରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାଇକ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ୨୧ଟି ପ୍ରତିରକ୍ଷାର କିଣା ବିକା ହୋଇଛି । ସେହିପରି ଫ୍ରାନ୍ସ ୩ଟି ଲଢୁଆ ବିମାନ ପ୍ରଦାନ କରିସାରିଲାଣି । ଗତ ୩ବର୍ଷ ମଧ୍ୟରେ ଭାରତ ପ୍ରାୟ ୫,୬୭ ବିଲିୟନ ଡଲାରର ପ୍ରତିରକ୍ଷା ବୁଝାମଣା କରିସାରିଲାଣି ।