ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ରାତିରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ବଡଧରଣର ଅଦଳ ବଦଳ କରିଥିଲେ । ଡିଜିପି ବି.କେ ଶର୍ମାଙ୍କୁ ବଦଳାଇ ତାଙ୍କ ସ୍ଥାନରେ ଆଇପିଏସ ଅଫିସର ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତି ଦେଇ ଥିଲେ ରାଜ୍ୟ ସରକାର । ହେଲେ ରାଜ୍ୟ ସରକାର ରାତି ଅଧରେ ତରବର ହୋଇ ଯେଉଁ ଅଦଳବଦଳ କରିଛନ୍ତି ତାହା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ କଂଗ୍ରେସ ଦଳର ବିଧାୟକ ତାରା ପ୍ରସାଦ ବାହିନୀପତି ।
ତାରା ନିଜ ପ୍ରତିକ୍ରିୟାରେ କହିଛନ୍ତି , ଏହିଭଳି ଅଚାନକ ଅଦଳବଦଳ କରିବା ରାଜ୍ୟ ସରକାରଙ୍କ ପୁରୁଣା ଅଭ୍ୟାସ । ଏହା ପୁର୍ବରୁ ସେ ଅନେକ ଡିଜିଙ୍କୁ ଏହିଭଳି କିକ୍ ମାରି ବାହାରି କରିଛନ୍ତି । ସେପଟେ ଡିଜିପିଙ୍କୁ ନିଯୁକ୍ତି ଦେଲା ବେଳେ ତାଙ୍କର କାର୍ଯ୍ୟକଳାପ ସମ୍ପର୍କରେ ରାଜ୍ୟ ସରକାର ଜାଣି ନଥିଲେ କି ? ଯଦି ଏହି ବାବଦରେ କିଛି ଜାଣି ନଥିଲେ ତେବେ ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ । ଏହିଭଳି ରାତି ଅଧିଆ ଜଣଙ୍କୁ ବାହାର କରି ଅନ୍ୟ ଜଣଙ୍କୁ ନିଯୁକ୍ତି ଦେବା କେତେ ଦୂର ଯୁକ୍ତିଯୁକ୍ତ । ଡିଜିପି ମାନଙ୍କୁ କିକ୍ ମାରି ବାହାର କରିବା ରାଜ୍ୟ ସରକାରଙ୍କ ପୁରୁଣା କଥା ଏଥିରେ ନୂତନତ୍ୱ କିଛି ନାହିଁ ।