ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିଜିଟାଲ ଟୋଲ ପ୍ଲାଜାକୁ ବୃଦ୍ଧି କରାଇବା ପାଇଁ ଏବେ ଦେଶବ୍ୟାପି ସମସ୍ତ ଟୋଲ ପ୍ଲାଜାରେ ଫାସ୍ ଟ୍ୟାଗ୍ ସିଷ୍ଟମ ବାଧ୍ୟତାମୂଳକ ହେବାକୁ ଯାଉଛି । ଡିସେମ୍ବର ୧ରୁ ସମସ୍ତ ନାସନାଲ ହାଇୱେରେ ଥିବା ଟୋଲ ଗୁଡିକରେ ଫାସ୍ ଟ୍ୟାଗ୍ ଲାଗୁ କରାଯିବ । ଯଦି ଆପଣ ଆପଣଙ୍କ କାର୍ ରେ ଫାସ୍ ଟ୍ୟାଗ ନଲଗାଇ ଗାଡି ଚଳାଇବେ ତେବେ ଡିସେମ୍ବର ୧ରୁ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିପାରେ ।
କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନିତିନ୍ ଗଡକରୀଙ୍କ ମୁତାବକ,ଫାସ୍ ଟ୍ୟାଗକୁ ଲୋକପ୍ରିୟ କରିବା ପାଇଁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଡିସେମ୍ବର ପର୍ଯ୍ୟନ୍ତ ମାଗଣାରେ ବଣ୍ଟା ଯାଉଛି । ଯଦି ଆପଣ ଆପଣଙ୍କ ଗାଡିରେ ଏପର୍ଯ୍ୟନ୍ତ ଫାସ୍ ଟ୍ୟାଗ୍ ଲଗେଇ ନାହାନ୍ତି ତେବେ ଏନଏଚଏଆଇ ର ବିକ୍ରି କେନ୍ଦ୍ରରୁ ଏହାକୁ ନେଇ ପାରିବେ । କାରଣ ଡିସେମ୍ବର ୧ ପରେ ଫାସ୍ ଟ୍ୟାଗ୍ ପାଇଁ ଟଙ୍କା ଲାଗିବ ।
ଫାସ୍ ଟ୍ୟାଗ୍ କଣ?
ରେଡିଓ ଫ୍ରିକ୍ୟିୁନ୍ସି ଆଇଡେଣ୍ଟିଫିକେସନ ଟ୍ୟାଗ, ଯାହା ଗାଡିର ୱିଂଡସ୍କ୍ରନ୍ ରେ ଲଗାଯାଏ । ଏହି ଟ୍ୟାଗ୍ ଇଲେକ୍ଟ୍ରୋନିକ ଭଳି କାମ କରେ । ଟ୍ରୋଲ ପ୍ଲାଜାରେ ଲାଗିଥିବା କ୍ୟାମେରା ଏହାକୁ ସ୍କାନ୍ କରିବ ଏବଂ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟିଯିବ । ଏହାପରେ ଟୋଲର ଫାଟକ ଖୋଲିଯିବ ଏବଂ ଆପଣ ଆପଣଙ୍କ ଗାଡିକୁ ଆଗକୁ ନେଇ ପାରିବେ । ଫାସ୍ ଟ୍ୟାଗକୁ ଆପଣ ଅନଲାଇନ୍ ଯୋଗେ ରିଚାର୍ଜ କରିପାରିବେ । ଏହାବ୍ୟତିତ ଫାସ୍ ଟ୍ୟାଗ୍ କୁ ମାଇଁ ଫାସ୍ ଟ୍ୟାଗ୍ ଆପ୍ କିମ୍ବା ନେଟୱାର୍କିଂ ଜରିଆରେ ରିଚାର୍ଜ କରିପାରିବେ ।
ଫାସ୍ ଟ୍ୟାଗ୍ ର ଫାଇଦା:
ଫାସ୍ ଟ୍ୟାଗ୍ ର ସବୁଠାରୁ ବଡ ଫାଇଦା ହେଉଛି ସମୟ ବଞ୍ଚିବ । ବର୍ତ୍ତମାନ ଟୋଲ ପ୍ଲାଜାରେ ଟିକେଟ୍ କାଟିବା ପାଇଁ ଲମ୍ବା ଲାଇନ୍ ରେ ଛିଡା ହେବାକୁ ପଡୁଛି । ମାତ୍ର ଫାସ୍ ଟ୍ୟାଗ ଲାଗୁ ହେଲା ପରେ ଏହି ସମସ୍ୟ ଦେଖାଦେବ ନାହିଁ । ଏହାବ୍ୟତିତ ସରକାର ଟୋଲ ଟ୍ୟାକ୍ସ ଉପରେ ୨.୫ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦେଉଛନ୍ତି ।