ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଗଡିବା ଅସମ୍ଭବ । ଯଦି ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାଇ ତା ପରେ ବି ଆପଣ ଗାଡି ଚଲାଉଛନ୍ତି । ତେବେ ଏହା ଆଇନ୍ ଉଲ୍ଲଘଂନ ଅଟେ । ପ୍ରକୃତରେ ଏବେ ଲାଇସେନ୍ସ ତିଆରି କରିବା ପାଇଁ ଲଗାତର ଭାବେ ସରକାରୀ ନିୟମ ସହଜ ହେବାରେ ଲାଗିଛି । ଯଦି ଆପଣ ବି ଲାଇସେନ୍ସ କରିବାକୁ ଚାହୁଁଛନ୍ତି ଏବଂ ଆରଟିଓ ଯିବାକୁ ଡରୁଛନ୍ତି । ତେବେ ଆପଣ ଘରେ ବସିକି ବି ଅନଲାଇନ୍ ମାଧ୍ୟମରେ ଲାଇସେନ୍ସ ଆବେଦନ କରିପାରିବେ । ପ୍ରଥମେ ଆପଣଙ୍କୁ ଲର୍ଣ୍ଣିଙ୍ଗ ଲାଇସେନ୍ସ କରିବାକୁ ହେବ । ପୁଣି ୬ ମାସ ପରେ ଆପଣ ହେବ ହେବି ଲାଇସେନ୍ସ । ତେବେ ଆସନ୍ତୁ ଜାଣିବା କିଭଳି କରିବେ ଅନଲାଇନ୍ ଯୋଗେ ଲାଇସେନ୍ସ ଆବେଦନ ।
ପ୍ରଥମେ ଆପଣ ସଡକ ପରିବହନ ମନ୍ତ୍ରାଳୟର ୱେବସାଇଟ୍ https://parivahan.gov.in/sarathiservice10/stateselection.do କୁ ଯାଆନ୍ତୁ । ସେଠାରେ ରାଜ୍ୟର ସମସ୍ତ ସୂଚୀ ରହିଛି । ସର୍ବପ୍ରଥମେ ଆପଣଙ୍କ ରାଜ୍ୟ ଚୟନ କରନ୍ତୁ । ଏହାପରେ ଲର୍ଣ୍ଣର ପାଇଁ ଅପସନ୍ ରହିଛି । ସେଠାରେ ଆପଣ ଏକ ଫର୍ମ ପୂରଣ କରନ୍ତୁ । ଯେପରିକି ଆପଣଙ୍କ ବୟସ ପ୍ରମାଣ ପତ୍ର, ଠିକଣା, ପରିଚୟ ପତ୍ର ଆଦି ଦେବାକୁ ପଡିବ ।
ଏହି ପ୍ରକ୍ରିୟା ପରେ ଆପଣଙ୍କ ଫଟୋ ଏବଂ ଡିଜିଟାଲ ଦସ୍ତଖତ ଅପଲୋଡ କରନ୍ତୁ । ଏହାସହିତ ଡ୍ରାଇଭିଂ ଟେଷ୍ଟ ପାଇଁ ସ୍ଲଟ୍ ବୁକ୍ କରନ୍ତୁ । ସ୍ଲଟ୍ ବାଛିବା ବେଳେ ଟଙ୍କା ମଧ୍ୟ ଭରିବାକୁ ପଡିଥାଏ । ନିର୍ଦ୍ଧାରିତ ଡ଼ି ଦେବା ପରେ ଆରଟିଓ ଅଫିସ ଯାଇ ଟେଷ୍ଟ ଦେବାକୁ ପଡିବ । ଏହି ଟେଷ୍ଟଟି ଅନଲାଇନ୍ ଯୋଗେ ହୋଇଥାଏ । ଏଥିରେ ପରିବହନର ନିମୟ ଏବଂ ଚିହ୍ମ ବିଷୟରେ ପ୍ରଶ୍ନ କରାଯାଇଥାଏ ।
ଏହି ଟେଷ୍ଟରେ ଗୋଟେ ପ୍ରଶ୍ନ ପାଇଁ ଚାରୋଟି ଅପଶନ୍ ଥାଏ । ସଠିକ୍ ଉତ୍ତର ଦେବା ଦ୍ୱାରା ଆପେ ଆପେ କମ୍ପ୍ୟୁଟର ସ୍କ୍ରିନରେ ଦ୍ୱିତୀୟ ପ୍ରଶ୍ନ ଆସିଯାଇଥାଏ । ଯେଉଁଭଳି ଆପଣ ଉତ୍ତର ଦେଇ ଚାଲିଥିବେ । ଠିକ୍ ସେହିଭଳି ଭାବେ ଏହା ଠିକ୍ କି ଭୁଲ୍ ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନରେ ଆସିଯିବ ।
ଏହି ଟେଷ୍ଟ ପାସ୍ ହୋଇଯିବାର ୪୮ ଘଣ୍ଟା ମଧ୍ୟରେ ଅନଲାଇନ୍ ଲର୍ଣ୍ଣିଙ୍ଗ ଲାଇସେନ୍ସ ଆପଣ ପାଇଯିବେ । ଏହି ଲର୍ଣ୍ଣିଙ୍ଗ ଲାଇସେନ୍ସର ଅବଧି ମାତ୍ର ୬ ମାସ ପାଇଁ ରହିଥାଏ । ୬ ମାସ ମାସ ଭିତରେ ଆପଣଙ୍କୁ ପରମାନେଣ୍ଟ ଲାଇସେନ୍ସ ଆବେଦନ କରିବାକୁ ହେବ ।
ଲର୍ଣ୍ଣିଙ୍ଗ ଲାଇସେନ୍ସ ପାଇବା ପରେ ଆପଣ ଦ୍ୱିତୀୟ ଥର ଅନଲାଇନ୍ ରେ ଆବେଦନ କରି ନିଜ ଗାଡି ନେଇ ଆରଟିଓ ଅଫିସ୍ ଆପଣଙ୍କୁ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ । ଏହି ଟେଷ୍ଟ୍ ପାସ୍ କରିବାର ୬ ମାସ ଭିତରେ ପରମାନେଣ୍ଟ ଲାଇସେନ୍ସ ପାଇଯିବେ ।