ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବାଙ୍କୀ ତାଳବସ୍ତପାଟଣା ଗାଁରେ ମାଙ୍କଡ଼ ଉଠାଇ ନେଇଥିବା ଶିଶୁର ମୃତଦେହ ମିଳିଛି । ଘର ପଛପଟ କୁଅରେ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି । ଶନିବାର ଭୋର ସମୟରେ ଅଚାନକ ଏକ ମାଙ୍କଡ଼ ୧୬ଦିନର ଶିଶୁଟିକୁ ଉଠାଇ ନେବା ଘଟଣା ପୂରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ।
ପିଲାଟିକୁ ଉଦ୍ଧାର କରିବାକୁ ବନ ବିଭାଗ ଓ ଅଗ୍ନିଶମ ବିଭାଗ ସମେତ ପୂରା ଦମ ଲଗାଇ ଦେଇଥିଲେ ଗାଁ ଲୋକେ । ଯେତେ ଖୋଜାଖୋଜି କରିଥିଲେ ବି ପିଲାଟିର କୌଣସି ପତା ମିଳିନଥିଲା । ସେପଟେ ଏହି ଘଟଣାକୁ ନେଇ ଶିଶୁଟିର ମା’ ଆଖିରୁ ଲୁହ ବନ୍ଦ ହେଉନଥିବା ବେଳେ ବାପା ହନୁମାନ ମନ୍ଦିର ପାଖରେ ଅଧିଆ ପଡିଥିଲେ । ଦିନ ତ’ ଦିନ ରାତି ତମାମ ପିଲଟାକୁ ଉଦ୍ଧାର କରିବାକୁ ଅପରେସନ ଜାରି ରହିଥିଲା । ଆଜି ମୃତଦେହ ମିଳିବା ପରେ ପୂରା ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।