କୋରାପୁଟ ( ଏଟିଆର ବ୍ୟୁରୋ): ଗତକାଲି ଜୟପୁର ବାରିଣିପୁଟ ଜଗନ୍ନାଥ ମନ୍ଦିର ପାଖରେ ଏକ ପୁରୁଣା ପରିତ୍ୟକ୍ତ କୋଠା କାନ୍ଥରୁ ଇଟା ବାହାର କରୁଥିବା ବେଳେ ହଠାତ ଛାତଟି ଭୁଷୁଡି ପଡିଥିଲା । ଯାହା ଫଳରେ ଛାତ ତଳେ ଚାପି ହୋଇ ଯାଇଥିଲେ ୪ ଜଣ । ଏନେଇ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବହୁ ଘଣ୍ଟାର ପରିଶ୍ରମ ପରେ ଶେଷରେ ଉଦ୍ଧାରକାରୀ ଦଳ ସଫଳ ହୋଇଛନ୍ତି । ଛାତ ତଳେ ଫସି ରହିଥିବା ୪ ଜଣଙ୍କୁ ଉଦ୍ଧାର କରିଛନ୍ତି ।
ଫସି ରହିଥିବା ବ୍ୟକ୍ତିମାନେ ହେଉଛନ୍ତି ନିତୁ ଖରା, ରଶ୍ମିତା ଖରା, ନିତୁ ବାଘ, ଦର୍ଜାରାଣୀ ବାଘ । ପ୍ରଥମେ ୩ ଜଣ ଓ ପରେ ୧୦ ବର୍ଷର ପିଲାକୁ ଉଦ୍ଧାରେ କରାଯାଇଥିଲା । ସେମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ଏବେ ଭଲ ରହିଥିବା ଜଣା ପଡିଛି । ପିଲାଟିକୁ ପାଖାପାଖି ରାତି ୧୦ ଟା ୪୫ ରେ ଉଦ୍ଧାର କରାଯାଇଛି । ଏନଡିଆରଏଫ ଓ ଦମକଳବାହିନୀ ପୋଲିସ ୮ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ସମସ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ଜୟପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ସେଠାରୁ ତାଙ୍କୁ ପରେ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।