ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇପିଏଲ ୨୦୨୧ର ଆଜି ଦିଲ୍ଲୀ କ୍ୟାପିଟାଲ୍ସ ସହ ମୁହାଁମୁହିଁ ହେବ ସନରାଇଜର୍ସ ହାଇଦ୍ରାବାଦ । ଦୁବାଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ସାଢେ ସାତଟାରେ ମ୍ୟାଚ ଖେଳାଯିବ । ଅଙ୍କ ତାଲିକାରେ ଦିଲ୍ଲୀ ଟିମ୍ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଟିମ୍ ପ୍ଲେଅଫ ରେ ପହଁଚିବାର ପୁରା ସମ୍ଭାବନା ରହିଛି ।
ସେହିପରି ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲର ଏହି ସିଜିନ୍ ନିରାଶଜନକ ରହିଛି । ଅଙ୍କ ତାଲିକାରେ ଟିମ୍ ସର୍ବ ନିମ୍ନରେ ରହିଛି । ସନରାଇଜର୍ସ ହାଇଦ୍ରାବାଦକୁ ପ୍ଲେଅଫ୍ ରେ ପହଁଚିବା ପାଇଁ ବାକି ସମସ୍ତ ମ୍ୟାଚ ଜିତିବାକୁ ପଡିବ ।