ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ପଲିଟିକାଲ ଡ୍ରାମାରେ ଲାଗୁଥିଲା ଆଜି ଯବନିକା ପଡିପାରେ । ମାତ୍ର ପୁଣି ଆଜି ଏହି ହାଇ ଭୋଲଟେଜ ଡ୍ରାମା ଅଧିକ ସସପେନ୍ସ ଭିତରକୁ ଯାଇଛି । ଆଜି ଏହି ମାମଲାର ଏକ ଶୁଣାଣୀ କରି ଆସନ୍ତା କାଲିକୁ ଶୁଣାଣି ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ । ଆଜି ପାଖାପାଖି ଦୁଇ ଘଣ୍ଟା କାଳ ବିଭିନ୍ନ ପକ୍ଷ ସେମାନଙ୍କ ଯୁକ୍ତି ରଖିଥିଲେ । ଆଜି ତିନି ଜଣିଆ ଖଣ୍ଡପୀଠ ପାଖରେ ସରକାର ଗଠନ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଦାବି ପତ୍ର ଦାଖଲ କରିଛନ୍ତି ।
ଏଥି ସମେତ ରାଜ୍ୟପାଳଙ୍କ ପତ୍ରକୁ ମଧ୍ୟ ବେଞ୍ଚଙ୍କ ନିକଟରେ ଦାଖଲ କରିଥିଲେ । ଏଥିରେ ବିଜେପି ଅଜିତ ପାୱରଙ୍କ ୧୭୦ ବିଧାୟକଙ୍କ ସମର୍ଥନ ଥିବା ସୂଚନା ରହିଛି । ରାଜ୍ୟପାଳଙ୍କୁ ଅଜିତ ପାୱାର ଦେଇଥିବା ପତ୍ରକୁ ମଧ୍ୟ କୋର୍ଟରେ ପେସ କରାଯାଇଛି । ଆଜି ସବୁ ଦଳ ପକ୍ଷରୁ ଓକିଲମାନେ ସେମାନଙ୍କ ଯୁକ୍ତି ରଖିନ୍ତି । ତେବେ ଏହି ପ୍ରସଙ୍ଗରେ ଆସନ୍ତାକାଲି ସୁପ୍ରିମକୋର୍ଟ ଚୂଡାନ୍ତ ରାୟ ଦେବାର ଆଶଙ୍କା ରହିିଛି ।